ସମ୍ବଲପୁରରେ ‘ଆଇଆଇଏମ୍‌’ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

Advertisment
ସମ୍ବଲପୁରରେ ‘ଆଇଆଇଏମ୍‌’ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ଓଡ଼ିଶାର ସମ୍ବଲପୁରରେ ‘ଆଇଆଇଏମ୍‌’ ସ୍ଥାୟୀ କ୍ୟାମ୍ପସ୍‌ ସ୍ଥାପନ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ଏହି ଉତ୍ସବରେ ଭର୍ଚୁଆଲ୍‌ ମୋଡରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରରେ ‘ଆଇଆଇଏମ୍‌’ ପ୍ରତିଷ୍ଠା କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ପୂର୍ବ ଭାରତରେ ଓଡ଼ିଶା ଶିକ୍ଷାର ହବ୍ ହେବାକୁ ଯାଉଛି। ଓଡ଼ିଶାକୁ ଶିକ୍ଷାର ହବ୍ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଣୁ ରାଜ୍ୟରେ ଅଧିକରୁ ଅଧିକ କେନ୍ଦ୍ରୀୟ ଅନୁଷ୍ଠାନ ପ୍ରତିଷ୍ଠା  ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

publive-image

ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍‌ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ୍‌ ‘ନିଶଙ୍କ’,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଏହି ଉତ୍ସବ ଅବସରରେ ଉପସ୍ଥିତ ଅଛନ୍ତି। ଏହାଛଡ଼ା  ସ୍ଥାନୀୟ ସାଂସଦ ଓ ବିଧାୟକ ମଧ୍ୟ ଯୋଗ ଦେଇଛନ୍ତି।

ଭର୍ଚ୍ୟୁଆଲ୍‌ ଭାବେ ଅନୁଷ୍ଠିତ ଏହି ଉତ୍ସବରେ ସରକାରୀ କର୍ମଚାରୀ, ଶିଳ୍ପପତି, ଶିକ୍ଷାବିତ୍‌ ଏବଂ ଶିକ୍ଷାର୍ଥୀ ‘ଆଇଆଇଏମ୍‌-ସମ୍ବଲପୁର’ର ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସମେତ ୫ ହଜାରରୁ ଊର୍ଦ୍ଧ୍ୱ ଆମନ୍ତ୍ରିତ ବ୍ୟକ୍ତି ଅଂଶଗ୍ରହଣ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe