ଆଜି ଚାଷୀଙ୍କୁ ମିଳିବ ପିଏମ୍‌ କିଷାନ ସମ୍ମାନ ନିଧି ଟଙ୍କା: ବରଗଡ଼ରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

Advertisment
ଆଜି ଚାଷୀଙ୍କୁ ମିଳିବ ପିଏମ୍‌ କିଷାନ ସମ୍ମାନ ନିଧି ଟଙ୍କା: ବରଗଡ଼ରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ଚାଷୀଙ୍କୁ ଖାତାକୁ ଆସିବ ପିଏମ୍‌ କିଷାନ ସମ୍ମାନ ନିଧି ଅର୍ଥ। ଉତ୍ତରପ୍ରଦେଶ ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୯କୋଟି ୨୬ଲକ୍ଷ ଚାଷୀଙ୍କ ଖାତାକୁ ଏହି ଟଙ୍କା ପଠାଇବେ। ପିଏମ୍‌ କିଷାନ ଉତ୍ସବ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୨ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ସାମିଲ ହେବେ।

ବରଗଡ଼ରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ପୁରୀରେ ଉପସ୍ଥିତ ରହିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେହିପରି କଟକରେ ସୁରେଶ ପୂଜାରୀ, ନୟାଗଡ଼ରେ ରବି ନାରାୟଣ ନାଏକ, କେନ୍ଦ୍ରାପଡ଼ାରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଖୋର୍ଦ୍ଧାରେ ପୃଥ୍ବୀରାଜ ହରିଚନ୍ଦନ, ସିଫା, କୌଶଲ୍ୟାଗଙ୍ଗରେ ମୁକେଶ କୁମାର ମହାଲିଙ୍ଗ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, ଅନୁଗୁଳରେ କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ଚଣାରେ ଗଣେଣ ରାମସିଂହ ଖୁଣ୍ଟିଆ, ଭଦ୍ରକରେ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ପ୍ରଦୀପ ବଳସାମନ୍ତ, ଭଞ୍ଜନଗରରେ ଗୋକୁଳଚନ୍ଦ୍ର ମଲ୍ଲିକ ଓ ଜଗତସିଂହପୁରରେ ସମ୍ପଦ ଚରଣ ସ୍ବାଇଁ ଉପସ୍ଥିତ ରହିବେ। ଏହାସହ ବାଲେଶ୍ବର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ସାଂସଦମାନେ ଓ ଗଜପତି‌ରେ ବ୍ରହ୍ମପୁର ସାଂସଦ ଉପସ୍ଥିତ ରହିବେ।

ଉଲ୍ଲେଖ ଯେ ପିଏମ୍‌ କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ୨ ହଜାର ଟଙ୍କା ଡିବିଟି ଜରିଆରେ ପ୍ରଦାନ କରାଯାଉଛି। ଏହା ହେଉଛି ଯୋଜନାର ୧୭ତମ କିସ୍ତି। ‌ତୃତୀୟଥର ଲାଗି ଦେଶର ପ୍ରଧାନମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ଶ୍ରୀ ମୋଦୀ ଚାଷୀଙ୍କ ପାଇଁ ପ୍ରଥମ ଦସ୍ତଖତ କରିଥିଲେ। ପିଏମ୍‌ କିଷାନ ସମ୍ମାନ ନିଧି ପୋର୍ଟାଲରେ ଓଡ଼ିଶାରେ ୨୭ଲକ୍ଷରୁ ଅଧିକ ହିତାଧିକାରୀ ରହିଥିବା ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe