ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ-୨୦୨୫ରେ ଚମକୁଛି ଓଡ଼ିଶାର କଳାକୃତୀ

ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ- ୨୦୨୫ ଆରମ୍ଭ ହୋଇଛି ଏଥିରେ ଓଡ଼ିଶାରୁ ଆସିଥିବା ବିରଳ ଏବଂ ସୁନ୍ଦର କଳାକୃତୀ ମଧ୍ୟ ନିଲାମ ନିମନ୍ତେ ପ୍ରଦର୍ଶିତ ହେଉଛି। ଯେ କୌଣସି ସାଧାରଣ ନାଗରିକ ଏହି ସ୍ମାରକୀ ଉତ୍ପାଦଗୁଡ଼ିକୁ କିଣିବା ପାଇଁ...

e accuation

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ- ୨୦୨୫ ଆରମ୍ଭ ହୋଇଛି ଏଥିରେ ଓଡ଼ିଶାରୁ ଆସିଥିବା ବିରଳ ଏବଂ ସୁନ୍ଦର କଳାକୃତୀ ମଧ୍ୟ ନିଲାମ ନିମନ୍ତେ ପ୍ରଦର୍ଶିତ ହେଉଛି। ଯେ କୌଣସି ସାଧାରଣ ନାଗରିକ ଏହି ସ୍ମାରକୀ ଉତ୍ପାଦଗୁଡ଼ିକୁ କିଣିବା ପାଇଁ pmmementos.gov.in ନିଲାମ ଡାକି ପାରିବେ। ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିବ। ପ୍ରତ୍ୟେକ ବିଜୟୀ ନିଲାମରୁ ମିଳିବାକୁ ଥିବା ଅର୍ଥରାଶିକୁ ‘ନମାମି ଗଙ୍ଗେ’ ପ୍ରକଳ୍ପରେ ବ୍ୟୟ କରାଯିବ। ଏହି ପ୍ରକଳ୍ପ ଗଙ୍ଗା ନଦୀକୁ ପୁନର୍ଜୀବିତ ଏବଂ ସୁରକ୍ଷା କରିବା ପାଇଁ ଏକ ଜାତୀୟ ପଦକ୍ଷେପ।

ଓଡ଼ିଶା: ବୟନ ଏବଂ ଲୋକକଳା ପରମ୍ପରା
ନିଲାମରେ ଓଡ଼ିଶାର ୨୧ଟି କଳାକୃତି ସାମିଲ ହୋଇଛି, ଯାହା ଏହାର ପ୍ରସିଦ୍ଧ ହସ୍ତତନ୍ତ ଏବଂ ପୌରାଣିକ କାହାଣୀକୁ ବର୍ଣ୍ଣନା  କରେ। ପ୍ରଭୁ ଶ୍ରୀରାଧା-କୃଷ୍ଣ ଏବଂ ଭଗବାନ ଶ୍ରୀ ଗଣେଶଙ୍କ କାହାଣୀକୁ ବର୍ଣ୍ଣନା କରୁଥିବା ଅନନ୍ୟ ପଟ୍ଟଚିତ୍ର କଳାକୃତି ଏହି ନିଲାମରେ ରହିଛି। ଶତାବ୍ଦୀ ପୁରୁଣା ଚିତ୍ର ଶୈଳୀକୁ ଆଧାର କରି ଏହା ତାଳପତ୍ର କିମ୍ବା ପାରମ୍ପରିକ ପଟି ବା ମାଧ୍ୟମ ଉପରେ ପ୍ରାକୃତିକ ରଙ୍ଗ ଦ୍ୱାରା ଏହା ଅଙ୍କିତ।

ରୂପା ତାରକସି ମୟୂର ସ୍ମାରକୀ, ଯାହା ଓଡ଼ିଶାର ଉତ୍କୃଷ୍ଟ ତାରକସି କାରିଗରୀକୁ ପ୍ରତିପାଦିତ କରିବା ସହିତ ଜାତୀୟ ପକ୍ଷୀର ଅପରୂପ ସୌନ୍ଦର୍ଯ୍ୟକୁ କଳା କାରିଗରିରେ ପ୍ରସ୍ଫୁଟିତ କରିଥାଏ। ନବଗୁଞ୍ଜର ଟସାର ସିଲ୍କ ଚିତ୍ରକଳା ପ୍ରଭୁ ଶ୍ରୀକୃଷ୍ଣଙ୍କ ପୌରାଣିକ ନଅ-ତତ୍ୱ ରୂପକୁ ବର୍ଣ୍ଣନା କରେ, ପ୍ରକୃତି, ପୁରାଣ ଏବଂ ବୟନ କୌଶଳର ମିଶ୍ରଣକୁ ଏହି ଚିତ୍ର ପ୍ରକାଶ କରିଥାଏ।


 
୨୦୧୯ ମସିହାରୁ, ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ  ମିଳିଥିବା  ଉପହାର ସ୍ମାରକୀ କିଣିବାର ସୁଯୋଗ ପ୍ରଦାନ କରିଆସୁଛି।  ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ନୂଆଦିଲ୍ଲୀର ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ପ୍ରଦର୍ଶିତ ଏହି ନିଲାମରେ ଚଳିତ ବର୍ଷ ଚିତ୍ରକଳା, ହସ୍ତଶିଳ୍ପ, ଜନଜାତି କଳା, କ୍ରୀଡ଼ା ସ୍ମାରକୀ ଏବଂ ଆନୁଷ୍ଠାନିକ ଉପହାର ସମେତ ୧୩୦୦ରୁ ଅଧିକ ଜିନିଷ ପ୍ରଦର୍ଶିତ ହୋଇଛି। ନିଲାମରୁ ହେବାକୁ ଥିବା ସମସ୍ତ ଆୟ ପବିତ୍ର ଗଙ୍ଗା ନଦୀର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ‘ନମାମି ଗଙ୍ଗେ’ ପ୍ରକଳ୍ପକୁ ପ୍ରଦାନ କରାଯିବ।  

Narendra Modi | Odisha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe