ବିମାନବନ୍ଦର ନିକଟରୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦୀ: ‘ଏବେ ଓଡ଼ିଶାକୁ ପ୍ରାଥମିକତା’

Advertisment

ପୂର୍ବରୁ ଓଡ଼ିଶା‌ରେ ବିଜେପି ସରକାର ନଥିଲା। ହେଲେ କେନ୍ଦ୍ର ସରକାର ନିଷ୍ଠାର ସହ ଓଡ଼ିଶାର ବିକାଶ ପାଇଁ କାମ କରିଚାଲିଥିଲା। ଆମେ ଓଡ଼ିଶା ପାଇଁ ନୂଆ ନୂଆ ଯୋଜନା ସହ ସବୁ ବର୍ଗର ସମାନ ଭାବେ ସେବା କରିଥିଲୁ।

ପୂର୍ବରୁ ଓଡ଼ିଶା‌ରେ ବିଜେପି ସରକାର ନଥିଲା। ହେଲେ କେନ୍ଦ୍ର ସରକାର ନିଷ୍ଠାର ସହ ଓଡ଼ିଶାର ବିକାଶ ପାଇଁ କାମ କରିଚାଲିଥିଲା। ଆମେ ଓଡ଼ିଶା ପାଇଁ ନୂଆ ନୂଆ ଯୋଜନା ସହ ସବୁ ବର୍ଗର ସମାନ ଭାବେ ସେବା କରିଥିଲୁ।

fhffhfh

ଭୁବନେଶ୍ବର: ପୂର୍ବରୁ ଓଡ଼ିଶା‌ରେ ବିଜେପି ସରକାର ନଥିଲା। ହେଲେ କେନ୍ଦ୍ର ସରକାର ନିଷ୍ଠାର ସହ ଓଡ଼ିଶାର ବିକାଶ ପାଇଁ କାମ କରିଚାଲିଥିଲା। ଆମେ ଓଡ଼ିଶା ପାଇଁ ନୂଆ ନୂଆ ଯୋଜନା ସହ ସବୁ ବର୍ଗର ସମାନ ଭାବେ ସେବା କରିଥିଲୁ। ଓଡ଼ିଶା ବଜେଟ୍‌କୁ ୩ଗୁଣା ଅଧିକ କରିଥିଲୁ। ଓଡ଼ିଶାର ନେତୃତ୍ବକୁ ଭାରତ ସରକାରରେ ଗୁରୁତ୍ବ ଦିଆଗଲା। ତେଣୁ ଏଠିକାର ଜନତା ବିଜେପି ଉପରେ ବିଶ୍ବାସ ଭରସା କଲେ, ଆଉ ହୃଦୟ ଖୋଲି ଆଶୀର୍ବାଦ ଦେଲେ। ଆମେ ଓଡ଼ିଶାକୁ କେବଳ ଦେଶରେ ନୁହେଁ, ସାରା ଦୁନିଆର ମାନଚିତ୍ରରେ ପ୍ରାଥମିକତା ଦେବାକୁ ଚାହୁଛୁ। ଆଜି ପ୍ରଧାନମନ୍ତ୍ରୀ ବିମାନବନ୍ଦର ନିକଟରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଏଭଳି କହିଛନ୍ତି। ଆଜି ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିଲା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ରାଜ୍ୟ ବିଜେପିର ପ୍ରମୁଖ କର୍ମକର୍ତ୍ତାମାନେ ସ୍ବାଗତ କରିଥିଲେ। ଏହା ପରେ ବିମାନବନ୍ଦର ନିକଟରେ ଆୟୋଜିତ ଏକ ସାଧାରଣ ସଭାରେ ମୋଦୀ ଉଦ୍‌ବୋଧନ ଦେଇଥିଲେ। ସେ କହିଲେ, ଇଂରେଜ ଅମଳରୁ ଡିଜି/ଆଇଜି ସମ୍ମଳନୀ ହେଉଥିଲା। ହେଲେ କେବେ ଓଡ଼ିଶାରେ ଆୟୋଜନ କରାଯାଇ ନଥିଲା। ପ୍ରଥମ ଥର ପାଇଁ ଏହା ଓଡ଼ିଶାରେ କରାଯାଉଛି। ୪ ଡିସେମ୍ବରରେ ଏଠାରେ ନୌସେନା ଦିବସ ପାଳନ ହେବ। ପୁରୀର ବ୍ଲୁ ଫ୍ଲାଗ ବିଚ୍‌ରେ ନୌସେନା ତା’ର ଶକ୍ତି ଦେଖାଇବ। ପୁଣି ୨୦୨୫ ଜାନୁଆରି ୮ରୁ ୧୦ ଭିତରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ। ବିଶ୍ୱସାରା ଲୋକ ଓଡ଼ିଶା ଆସିବେ। ଦୁନିଆର ଅନେକ ଲୋକଙ୍କୁ ସ୍ୱାଗତ କରିବାର ସୁଯୋଗ ଓଡ଼ିଶାକୁ ମିଳିବ। ଓଡ଼ିଶାର ଭରପୂର ପ୍ରଚାର ପ୍ରସାର ହେବ। ପର୍ଯ୍ୟଟନ ମଧ୍ୟ ବଢ଼ିବ। ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ହେବା ପରେ ଏଠାରେ ସବୁ କ୍ଷେତ୍ରରେ ବିକାଶର ଗତି ବଢ଼ିବାରେ ଲାଗିଛି। ଖେଳ, ଶିକ୍ଷା, ପର୍ଯ୍ୟଟନରେ ରାଜ୍ୟ ଅଭୂତପୂର୍ବ ଆଗେଇ ଚାଲିଛି। ଆମ ସରକାର ଦେଶର ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦେଉଛି। ଓଡ଼ିଶାରେ ଆମ ସରକାର ଆସିବା ପରେ ମାତୃଶକ୍ତିଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ‘ସୁଭଦ୍ରା’ ଯୋଜନା ଲାଗୁ କରାଯାଇଛି। ଆମେ ଆମର ସବୁ ସଂକଳ୍ପକୁ ପୂରା କରିବୁ ଆଉ ବିକଶିତ ଓଡ଼ିଶା ପାଇଁ କାମ କରିବୁ।  

ବିକାଶର ଗତି ବଢ଼ୁଛି ହେଲେ ବିରୋଧୀ ଲୋକଙ୍କୁ ବାଟବଣା କରୁଛନ୍ତି
ଦେଶର ବିକାଶ ରେଳରେ ଓଡ଼ିଶା ପ୍ରଥମ ବଗି ହେବ: ମୁଖ୍ୟମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥ... କହି ଓଡ଼ିଆରେ ଭାଷଣ ଆରମ୍ଭ କରିଥିଲେ। ଲିଙ୍ଗରାଜ, ଏକାମ୍ର କ୍ଷେତ୍ର, ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରିଥିଲେ। ଏଥିସହ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବ ଓ ଐତିହାସିକ ବାଲିଯାତ୍ରାର ଭବ୍ୟ ଆୟୋଜନକୁ ଭୁରି ଭୁରି ପ୍ରଶଂସା କରିଥିଲେ। ମୋଦୀ ଆହୁରି କହିଥିଲେ, ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହିତ ବିଭିନ୍ନ ସ୍ଥାନରେ ହୋଇଥିବା ଉପନିର୍ବାଚନର ଫଳାଫଳ ପୂରା ଦେଶରେ କିଭଳି ବିଜେପି ପ୍ରତି ଲୋକଙ୍କ ଆସ୍ଥାକୁ ବଢ଼ାଇ ଦେଇଛି, ତାହା ମୁଁ ଆପଣମାନଙ୍କ ଆଖିରେ ଦେଖିବାକୁ ପାଉଛି। ଓଡ଼ିଶାରେ ହିଁ ବିଜେପି ବିଜୟ ଯାତ୍ରା ଆରମ୍ଭ କରିଥିଲା। ଏବେ ବିପକ୍ଷ ଦଳ ବିଜେପି ସରକାର ବିରୋଧରେ ଦିନରାତି ଅପପ୍ରଚାର କରିବାରେ ଲାଗିପଡ଼ିଛି। କିନ୍ତୁ ଲୋକେ ବିଜେପି ସରକାରର କାମକୁ ଦେଖି ତାକୁ ଆଶୀର୍ବାଦ କରିବାକୁ ନିଜେ ମଇଦାନକୁ ଓହ୍ଲାଉଛନ୍ତି।  ନିର୍ବାଚନ ପୂର୍ବରୁ ବଡ଼ ବଡ଼ ରାଜନୈତିକ ବିଶେଷଜ୍ଞମାନେ କହୁଥିଲେ, ଓଡ଼ିଶାରେ ବିଜେପି ଛିଡ଼ା ହୋଇପାରିବନି। ହେଲେ ଯେତେବେଳେ ଫଳାଫଳ ଆସିଲା ଯେଉଁମାନେ ନିଜକୁ ତିସ୍‌ମାର ଖାଁ ଭାବୁଥିଲେ ସେମାନେ ଚୁପ୍‌ ହୋଇଗଲେ। ବିରୋଧୀଙ୍କୁ କଟାକ୍ଷ କରି ମୋଦୀ କହିଲେ, ଯେଉଁ ଲୋକମାନେ କ୍ଷମତାକୁ ନିଜ ଜନ୍ମସିଦ୍ଧ ଅଧିକାର ମାନନ୍ତି, ସେମାନେ ଗତ ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରୁ ଦୂରରେ ଅଛନ୍ତି। ଜନତା ଆଉ କାହାକୁ ଆଶୀର୍ବାଦ କଲେ, ସେମାନେ ସେହି ରାଗ ଜନତାଙ୍କ ଉପରେ ସୁଝାନ୍ତି। ସେମାନେ ଏତେ ରାଗି ଯାଇଛନ୍ତି ଯେ ଦେଶ ବିରୋଧରେ ଷଡ଼୍‌ଯନ୍ତ୍ର କରିବାରେ ଲାଗିପଡ଼ିଛନ୍ତି। ଦେଶକୁ ଭୁଲ ବାଟରେ ନେଇଯିବା ପାଇଁ ଲୋକଙ୍କୁ ବାଟବଣା କରିବା ଆରମ୍ଭ କରି ଦେଇଛନ୍ତି। ସେମାନେ ମିଛ ଓ ଅପପ୍ରଚାରର ଦୋକାନ ଖୋଲି ଦେଇଛନ୍ତି। ଏଥିପ୍ରତି ଦେଶର ସବୁ ଲୋକ ଓ ଗଣତନ୍ତ୍ର ପ୍ରତି ସମର୍ପିତ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସତର୍କ ରହିବାକୁ ପଡ଼ିବ। 

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଆମ ସରକାର ଓଡ଼ିଶାବାସୀଙ୍କ ସେବା କରୁଛି। ସରକାର ଆସିବାର ୫ ମାସ ମଧ୍ୟରେ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’କୁ ମୂଳମନ୍ତ୍ର କରି ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଛି। ଓଡ଼ିଆ ଅସ୍ମିତା ଏବଂ ସ୍ୱାଭିମାନର ସୁରକ୍ଷା ସହ ମହିଳା ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନା ଦ୍ୱାରା ଏକ କୋଟି ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଚାଷୀଙ୍କ ଉନ୍ନତି ପାଇଁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣିବା ପାଇଁ ନିଷ୍ପତ୍ତି ନିଆଯାଇ ପ୍ରତିଶ୍ରୁତି ପୂରଣ କରାଯାଇଛି।  ରାଜ୍ୟରେ ଶିଳ୍ପ କ୍ଷେତ୍ରର ବିକାଶକୁ ଆଗେଇନେବା ପାଇଁ ‘ଉତ୍କର୍ଷ ଓଡ଼ିଶା’ ମାଧ୍ୟମରେ ପୁଞ୍ଜିନିବେଶ ଦିଗରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟକୁ ମୋଟ ୧ ଲକ୍ଷ ୮୦ ହଜାର କୋଟିର ପୁଞ୍ଜି ନିବେଶକୁ ଅନୁମୋଦନ ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ପ୍ରଧାନମନ୍ତ୍ରୀ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଭାରତ’ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ଓଡ଼ିଶାର ବହୁତ ବଡ଼ ଯୋଗଦାନ ରହିଛି। ୨୦୩୬ ମସିହାରେ ଯେବେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ, ସେବେ ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନ ହେବ ଯାହାକି ‘ବିକଶିତ ଭାରତ’ ନିର୍ମାଣରେ ବିଶେଷ ସହଯୋଗ କରିବ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ପୂର୍ବୋଦୟ ବିକାଶର କେନ୍ଦ୍ରବିନ୍ଦୁ ହେବା ସହିତ ଦେଶର ବିକାଶର ରେଳରେ ପ୍ରଥମ ବଗି ହେବ। ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ସାଂସଦ ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ ଓ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe