କଟକରେ ‘ଜନକଲ୍ୟାଣ’ ସଭା ଶେଷ ହେବା ପରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି

Advertisment
କଟକରେ ‘ଜନକଲ୍ୟାଣ’ ସଭା ଶେଷ ହେବା ପରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରେ ଅନୁଷ୍ଠିତ ବିଜେପିର ‘ଜନକଲ୍ୟାଣ’ ସମାବେଶ ଶେଷ ହେବା ପରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ମୋଦି ବିମାନ ବନ୍ଦରରୁ ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ମୋଦିଙ୍କୁ ବିଦାୟ ଦେବା ପାଇଁ ବିମାନ ବନ୍ଦରରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉପସ୍ଥିତ ଥିଲେ।

ଆଜି ସନ୍ଧ୍ୟାରେ କାଳବୈଶାଖୀ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ମୋଦି ହେଲିକପ୍ଟର ବଦଳରେ ସଡ଼କ ପଥରେ ଭୁବନେଶ୍ୱର ଆସି କାର୍ଯ୍ୟକ୍ରମ ଥିଲା କିନ୍ତୁ ପାଗ ଅନୁକୂଳ ଥିବାରୁ ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ବିମାନ ବନ୍ଦରକୁ ପହଞ୍ଚି ଥିଲେ। ମୋଦି ରାଜରାସ୍ତାରେ ଆସିବେ ବୋଲି ପୁଲିସ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ପହଞ୍ଚିବା ପରେ ମୋଦି ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୪ଟା ୧୬ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶାର ଅତିରିକ୍ତ ଦାୟିତ୍ୱରେ ଥିବା ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ବିଜେପିର ବରିଷ୍ଠ ନେତାମାନେ ସ୍ୱାଗତ ଜଣାଇଥିଲେ। ପରେ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର ‘ଜନକଲ୍ୟାଣ’ ସମାବେଶ ପାଇଁ ଅନୁଷ୍ଠିତ ସଭାରେ ଯୋଗଦେବାକୁ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ କଟକ ଅଭିମୁଖେ ଯାତ୍ରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe