କେନ୍ଦ୍ରାପଡ଼ାରେ ବିଜେଡି ଉପରେ ବର୍ଷିଲେ ନରେନ୍ଦ୍ର ମୋଦୀ : କହିଲେ, ଓଡ଼ିଶାରେ ସରକାର ବଦଳିବା ଦରକାର

Advertisment
କେନ୍ଦ୍ରାପଡ଼ାରେ ବିଜେଡି ଉପରେ ବର୍ଷିଲେ ନରେନ୍ଦ୍ର ମୋଦୀ : କହିଲେ, ଓଡ଼ିଶାରେ ସରକାର ବଦଳିବା ଦରକାର

କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସି କେନ୍ଦ୍ରାପଡ଼ାର ବାରୁଆ ସିଦ୍ଧବଟ ପଡ଼ିଆଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଉଦ୍‌ବୋଧନ ଦେଇଛନ୍ତି। ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ ଜୟ ଜଗନ୍ନାଥ , ଜୟଶ୍ରୀ ବଳଦେବଜୀଉ କହିଥିଲେ। ଏହାପରେ ସେ ଓଡ଼ିଆରେ କହିଥିଲେ, ‘ ଏଠାକୁ ଆସି ମୋତେ ଖୁସି ଲାଗୁଛି।ମୁଁ ଆଜି ଗୁଜୁରାଟର ଅହମ୍ମଦାବାଦରେ ଭୋଟ୍ ଦେଇ ଏଠାକୁ ଆସିଛି। ଭୋଟ୍ ଦେବା ଗର୍ବ ଏବଂ ସୌଭାଗ୍ୟର ବିଷୟ। ଏଠାରେ ଯେଉଁ ଲହର ଦେଖିବାକୁ ମିଳୁଛି ତାହା ପୁଣି ଥରେ ମୋଦୀ ସରକାର ଆସିବାର ସୂଚନା ଦେଉଛି।’

publive-image

ଏଥିସହ ସେ କହିଥିଲେ, ‘ଓଡ଼ିଶାରେ ଆଜି ମୋର ନିର୍ବାଚନ ପ୍ରଚାରର ଶେଷ ଦିନ। ମୋତେ ଲାଗୁଛି ଓଡ଼ିଶାର ଲୋକେ ରାଜନେତାଙ୍କଠାରୁ ବି ଅଧିକ ଚତୁର। ଏଥର ସେମାନେ ପୁଣି ମୋତେ ସୁଯୋଗ ଦେବେ। ଏଥର ବିଜେଡିର ନିଦ ହଜିଯାଇଛି। ଏହି କାରଣରୁ ଓଡ଼ିଶାରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହେଉଛି। ଏଣୁ ଏଥର ଓଡ଼ିଶାରୁ ବିଜେଡି ସରକାର କ୍ଷମତାଚ୍ୟୁତ ହେବା ଥୟ। ଓଡ଼ିଶାରେ ସରକାର ବଦଳିବା ଦରକାର ।’

ଏଥର ଭାରତ ଏବଂ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବ। ଓଡ଼ିଶା ଗରିବ, ଦଳିତମାନଙ୍କ ସେବା କରିବାଲାଗି ମୋ’ ସରକାର ଯେଉଁଭଳି ଚେଷ୍ଟା କରିଛି, ସେଭଳି କେହି କରି ନଥିଲେ। ଓଡ଼ିଶାରେ ନୂଆ ସରକାର ହେଲେ ପୁଣି ଆସିବି ’। ୫ ବର୍ଷର ଶାସନ କାଳରେ ଗୋଟିଏ ବି ଭ୍ରଷ୍ଟାଚାରର ଦାଗ ଲାଗିନି; ଯେଉଁମାନେ ମିଛ ଆରୋପ ଲଗାଇଥିଲେ ଏବେ ସେମାନେ କାଠଗଡ଼ାରେ । ସେ ଏହି ସଭାରେ ଗୁଜୁରାଟର ସୁରାଟରେ ଥିବା ଓଡ଼ିଆ ଲୋକଙ୍କ କଥା କହିଛନ୍ତି।

ଏହି ନିର୍ବାଚନୀ ସଭାରେ କେନ୍ଦ୍ରାପଡ଼ାର ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା,କେନ୍ଦ୍ରାପଡ଼ା ଲୋକସଭା ଅଧିନରେ ଥିବା ସାଲେପୁର ବିଧାନସଭାର ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା,ମାହାଙ୍ଗା ବିଧାନସଭାରେ ବିଜେପି ପ୍ରାର୍ଥୀ ଶାରଦା ପ୍ରଧାନ,କେନ୍ଦ୍ରାପଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରା,ଆଳି ବିଧାନସଭାର ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ,ମହାକାଳପଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ,ରାଜନଗରର ବିଜେପି ବିଧାନସଭା ପ୍ରାର୍ଥୀ ଅଲେଖ ଜେନା,ବରିଷ୍ଠ ନେତା ତଥା ପାଟକୁରା ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ,ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ,ବିଜେପିର ବରିଷ୍ଠ ନେତା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ,ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ,ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe