କାଲି ଓଡ଼ିଶା ଆସିବେ ମୋଦି, ସଭାସ୍ଥଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ନେଇ ଅଧିକାରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

କାଲି ଓଡ଼ିଶା ଆସିବେ ମୋଦି, ସଭାସ୍ଥଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ନେଇ ଅଧିକାରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିସେମ୍ବର ୨୪ରେ ଓଡ଼ିଶା ଗସ୍ତ ନେଇ ଭାରତୀୟ ଜନତା ପାର୍ଟିର ତତ୍ପରତା ଦେଖାଯାଇଛି। ମୋଦିଙ୍କ ସଭା ପାଇଁ ଖୋର୍ଦ୍ଧାରେ ଗୋଶାଳା ପଡ଼ିଆ କେମିତି ପ୍ରସ୍ତୁତି ଚାଲିଛି ରବିବାର ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ପରିଦର୍ଶନ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଅନୁସୂଚିତ ଜାତି ଓ ଅନୁସୂଚିତ ଜାତି ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଗୋଶାଳା ପଡ଼ିଆ ପହଂଚି ପ୍ରସ୍ତୁତି ସଂପର୍କରେ ବୁଝାସୁଝା କରିଛନ୍ତି। ସେହିପରି ସେମାନେ ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ପାଇଁ କ’ଣ କରାଯାଇଛି, ତାହା ଉଚ୍ଚପଦାଧିକାରୀ (ପ୍ରଶାସନ ଓ ପୁଲିସ)ଙ୍କ ସହିତ ଆଲୋଚନା କରିଛନ୍ତି।

publive-image

ଓଡ଼ିଶାରେ ୩ ଘଂଟାର ରହଣି ସମୟରେ ମୋଦି ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ନରେନ୍ଦ୍ର ମୋଦି ଦିନ ୧ଟା ୫ମିନିଟରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ ୧ଟା ୪୦ମିନିଟ ସମୟରେ ଭୁବନେଶ୍ୱର ଆଇଆଇଟି ଯିବେ । ୧ଟା ୪୦ରୁ ୨ଟା ୨୦ ମିନିଟ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ତା’ପରେ ଖୋର୍ଧା ନାଇଜର ଷ୍ଟାଡିୟମରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ । ଅପରାହ୍ନ ୪ଟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଦିନିକିଆ ଓଡିଶା ଗସ୍ତ ବେଳେ ୧୪ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe