ଆକାଶମାର୍ଗରୁ ଘୂର୍ଣ୍ଣିବାତ୍ୟା ‘ଫନି’ ପ୍ରପୀଡ଼ିତ ଅଞ୍ଚଳ ସର୍ଭେ କଲେ ପ୍ରଧାନମନ୍ତ୍ରୀ ମୋଦି; ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା

ଆକାଶମାର୍ଗରୁ ଘୂର୍ଣ୍ଣିବାତ୍ୟା ‘ଫନି’ ପ୍ରପୀଡ଼ିତ ଅଞ୍ଚଳ ସର୍ଭେ କଲେ ପ୍ରଧାନମନ୍ତ୍ରୀ ମୋଦି; ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା

Image Source: Zee News

ଭୁବନେଶ୍ୱର: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ପ୍ରପୀଡ଼ିତ ଅଞ୍ଚଳ ଆକାଶ ମାର୍ଗରୁ ପର୍ଯ୍ୟବେକ୍ଷଣ କରି ଆଉ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ପୂର୍ବରୁ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ୩୪୧ କୋଟି ସହାୟତା ଘୋଷଣା କରିଥିଲେ।
ରାଜ୍ୟପାଳ ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆକାଶମାର୍ଗରୁ ସର୍ବେକ୍ଷଣ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଯାଇଥିଲେ।

ସୋମବାର ସକାଳେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ପ୍ରଧାନ ତାଙ୍କୁ ପାଛୋଟି ନେଇଥିଲେ।
ରବିବାର ରାତିରେ ମୋଦି ଟୁଇଟ୍‌ କରି କହିଥିଲେ ଯେ ସେ ସାମୁଦ୍ରିକ ବାତ୍ୟା ପ୍ରଭାବିତ ଅଞ୍ଚଳର ପରିଦର୍ଶନରେ ଯିବେ। ରାଜ୍ୟକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ଲେଖିଥିଲେ: ଆସନ୍ତାକାଲି ସକାଳେ ମୁଁ ଓଡ଼ିଶାରେ ଥିବି, ଯେଉଁଠି ମୁଁ ସାମୁଦ୍ରିକ ବାତ୍ୟା ଫନିଜନିତ ପରିସ୍ଥିତିର ସମୀକ୍ଷା କରିବି ଏବଂ ଶୀର୍ଷସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବି। ଚାଲିଥିବା ରିଲିଫ୍‌ ଏବଂ ଥଇଥାନ ନିମନ୍ତେ ସବୁ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ପ୍ରତିବଦ୍ଧ।

ରବିବାର ସୁଦ୍ଧା ସାମୁଦ୍ରିକ ବାତ୍ୟାଜନିତ ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe