ପ୍ରଧାନମନ୍ତ୍ରୀ ମୋଦୀ ଆକାଶ ମାର୍ଗରୁ ଶ୍ରୀମନ୍ଦିର ଓ କଳ୍ପବଟ ଦେଖି ଭାବବିହ୍ଵଳ ହୋଇପଡ଼ିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

Advertisment
ପ୍ରଧାନମନ୍ତ୍ରୀ ମୋଦୀ ଆକାଶ ମାର୍ଗରୁ ଶ୍ରୀମନ୍ଦିର ଓ କଳ୍ପବଟ ଦେଖି ଭାବବିହ୍ଵଳ ହୋଇପଡ଼ିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ର ତାଣ୍ଡବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଦିଲ୍ଲୀ ଫେରିଯାଇଛନ୍ତି। ଗସ୍ତକାଳରେ ମୋଦୀ ବାୟୁସେନାର ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟା ସଂପର୍କିତ କ୍ଷୟକ୍ଷତି ଆକଳନ କରିଥିଲେ। ମୋଦୀଙ୍କ ସାଥୀରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ଆକାଶ ମାର୍ଗରୁ ବାତ୍ୟା ସଂପର୍କିତ ସମୀକ୍ଷା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଓ କଳ୍ପବଟ ଦେଖି ଭାବବିହ୍ଵଳ ହୋଇଯାଇଥିଲେ ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହଛନ୍ତି।

ମୋଦୀ ଆଜି ଆକାଶ ମାର୍ଗରୁ ପୁରୀ, ନିମାପଡ଼ା, ଗୋପ, ବ୍ରହ୍ମଗିରି ଆଦି ଅଂଚଳ ବୁଲି ଦେଖିଛନ୍ତି। ସେହିପରି ସେ ବାଲୁଖଣ୍ଡ ଅଭୟାରଣ୍ୟ ଛିନ୍ନ ବିଚ୍ଛିନ୍ନ ଚିତ୍ର ଦେଖିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ନଡିଆ ଓ କାଜୁ ଜଙ୍ଗଲ ଉଜୁଡି ଯାଇଥିବା ବେଳେ ଏହି ଅଂଚଳରେ ଥିବା ଘରର ଛପର ଆଉ ଦେଖାଯାଉ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାବାସୀଙ୍କ ସହ ଥିବା ଆଶ୍ୱାସନା ଦେଇଛନ୍ତି। ସେଥିପାଇଁ ସେ ପୂର୍ବରୁ ୩୪୧ କୋଟି ଟଙ୍କା ମଂଜୁର କରିଥିବା ବେଳେ ଆଜି ୧୦୦୦ କୋଟି ଟଙକା ମଂଜୁର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ପ୍ରାୟ ଅଧିକାଂଶ ସ୍ଥାନରେ ପେଟ୍ରୋଲ ପମ୍ପ ଗୁଡ଼ିକ ପୁଣି ଥରେ ଚାଲୁ ହୋଇଯାଇଛି। ପୁରୀରେ ଥିବା ୫୨ଟି ପେଟ୍ରୋଲ ପମ୍ପ ମଧ୍ୟରୁ ୨୯ଟି ଚାଲୁ ହୋଇଯାଇଛି ବୋଲି ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe