ସେପ୍ଟେମ୍ବର ଶେଷ ସପ୍ତାହରେ ଆସିବେ ପ୍ରଧାନମନ୍ତ୍ରୀ : ଉଦ୍‌ଘାଟନ ହେବ ଝାରସୁଗୁଡ଼ା ବିମାନବନ୍ଦର

Advertisment
ସେପ୍ଟେମ୍ବର ଶେଷ ସପ୍ତାହରେ ଆସିବେ ପ୍ରଧାନମନ୍ତ୍ରୀ : ଉଦ୍‌ଘାଟନ ହେବ ଝାରସୁଗୁଡ଼ା ବିମାନବନ୍ଦର

ଭୁବନେଶ୍ୱର : ଝାରସୁଗୁଡ଼ା ବିମାନବନ୍ଦର ସେପ୍ଟେମ୍ବର ଶେଷ ସପ୍ତାହରେ ଉଦ୍‌ଘାଟନ ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିବା ନେଇ ସମୟ ଦେଇଥିବା ଜଣାପଡ଼ିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସି ପ୍ରାୟ ୨୦୦କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଝାରସୁଗୁଡ଼ା ବିମାନବନ୍ଦରର ଉଦ୍‌ଘାଟନ କରିବା ସହ ୧୬୦୦କୋଟି ବ୍ୟୟରେ ତାଳଚେର ସାର କାରଖାନାର ନବୀକରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଜ୍ୟ ବିଜେପି ପକ୍ଷରୁ ଏନେଇ କିଛି ସୂଚନା ଦିଆଯାଇନଥିଲେ ବି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେବେ ବୋଲି ଜଣାପଡ଼ିଛି।

ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ଉଡ଼ାଣ ପାଇଁ ଚାରି ମାସ ହେଲା ପ୍ରସ୍ତୁତି ଶେଷ ହୋଇଥିଲେ ହେଁ ଏହା ଉଦ୍‌ଘାଟନ ହୋଇପାରୁ ନଥିବାରୁ ବିମାନ ସେବା ଆରମ୍ଭ ହୋଇପାରୁନି। ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ଏହି ବିମାନବନ୍ଦର ଉଦ୍‌ଘାଟନ ହୋଇପାରିନଥିବା ବେଳେ ରାଜ୍ୟରେ ‘ଉଡାନ୍‌’ ଯୋଜନା ଆରମ୍ଭ ହୋଇପାରୁନି। ଏନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହାପରେ ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନ କରିବାକୁ ଯୋଜନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe