୨୭ରେ କେନ୍ଦ୍ରାପଡ଼ା ଆସୁଛନ୍ତି ମୋଦୀ

୨୭ରେ କେନ୍ଦ୍ରାପଡ଼ା ଆସୁଛନ୍ତି ମୋଦୀ

YouTube

ସମ୍ବଲପୁର/କେନ୍ଦ୍ରାପଡ଼ା : ‌ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରମାଗତ କାର୍ଯ୍ୟକ୍ରମ ଅବ୍ୟାହତ ରହିଛି। ମଙ୍ଗଳବାର ଦିନ ସେ ସମ୍ବଲପୁର ଆସୁଥିବାବେଳେ ୨୭ରେ କେନ୍ଦ୍ରାପଡ଼ା ଗସ୍ତରେ ଆସୁଥିବା ଜଣାପଡ଼ିଛି।

ଆସନ୍ତା ୧୬ ତାରିଖ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ବରିଷ୍ଠ ନେତା ତଥା ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଏଥିରେ ଯୋଗଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇ ସେଠାରୁ ହେଲିକପ୍ଟର ଯୋଗେ ଆସି ଦିନ ୧୦ଟା ବେଳେ ପହଞ୍ଚିବେ। ସଭାରେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସମ୍ବଲପୁର ଓ ବରଗଡ଼ ଲୋକସଭା ପ୍ରାର୍ଥୀ ନିତେଶ ଗଂଗଦେବ ଏବଂ ସୁରେଶ ପୂଜାରୀ ତଥା ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ୭ଟି ଯାକ ବିଧାନସଭା ସଭାର ବିଜେପି ପ୍ରାର୍ଥୀ ଉପସ୍ଥିତ ରହିବେ। ସେହିପରି ସମ୍ବଲପୁର ଓ ଦେବଗଡ଼ ବିଜେପିର ଜିଲ୍ଲା ସଭାପତି ମଧ୍ୟ ମଞ୍ଚାସୀନ ରହିବେ ବୋଲି ସେ ସୂଚନା ଦେଇଥିଲେ।

ସେହିଭଳି, ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଆସୁଛନ୍ତି। ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ୍ ବାରୁଅଠାରେ ଆୟୋଜିତ ହେବାକୁ ଥିବା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ବିଜେପିରେ ଉତ୍ସାହ ପରିଲକ୍ଷିତ ହୋଇଛି। ଦଳ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ବିଜେପି ‌ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe