୧୬ରେ ସମ୍ବଲପୁର ଆସୁଛନ୍ତି ମୋଦୀ

Advertisment

ସାଧାରଣ ସଭାରେ ଯୋଗ ଦେ‌ଇ ଭୁବନେଶ୍ବର ଫେରିବେ, ଏଯାଏଁ ସ୍ଥିର ହୋଇପାରିନି ସଭାସ୍ଥଳ, ଡିଆଇଜି, ଏସ୍‌ପିଙ୍କ ସ୍ଥିତି ଅନୁଧ୍ୟାନ

ସାଧାରଣ ସଭାରେ ଯୋଗ ଦେ‌ଇ ଭୁବନେଶ୍ବର ଫେରିବେ, ଏଯାଏଁ ସ୍ଥିର ହୋଇପାରିନି ସଭାସ୍ଥଳ, ଡିଆଇଜି, ଏସ୍‌ପିଙ୍କ ସ୍ଥିତି ଅନୁଧ୍ୟାନ

୧୬ରେ ସମ୍ବଲପୁର ଆସୁଛନ୍ତି ମୋଦୀ

thehindu.com

ସମ୍ବଲପୁର : ସାଧାରଣ ନିର୍ବାଚନ ପ୍ରଚାର ପାଇଁ ଆସନ୍ତା ୧୬ ତାରିଖ‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରକୁ ସ୍ବତନ୍ତ୍ର ବିମାନ ଯୋଗେ ଆସିବା ପରେ ସେଠାରୁ ହେଲିକପ୍ଟର ଯୋଗେ ୧୧ଟା ୧୫ ମିନିଟରେ ସଭାସ୍ଥଳରେ ପହଞ୍ଚିବେ। ୪୫ ମିନିଟର ରହଣି ପରେ ପ୍ରଧାନମନ୍ତ୍ରୀ ପୁଣି ହେଲିକପ୍ଟର ଯୋଗେ ଫେରିଯିବେ। ଏନେଇ ସୂଚନା ମିଳିବା ପରେ ସମସ୍ତ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି।

ବୁଧବାର ସନ୍ଧ୍ୟାସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳ ପାଇଁ ଜାଗା ସ୍ଥିର ହୋଇପାରିନାହିଁ। ତେବେ ପ୍ରାଥମିକ ଅବସ୍ଥାରେ ହୀରାକୁଦ ନିକଟସ୍ଥ ଲରପଙ୍କ ପଡ଼ିଆକୁ ଚିହ୍ନଟ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ସହ ଅନ୍ୟ ୨ଟି ହେଲିକପ୍ଟର ମଧ୍ୟ ସଭାସ୍ଥଳରେ ଓହ୍ଲାଇବ। ତେଣୁ ହେଲିକପ୍ଟର ଅବତରଣ ପାଇଁ ଉତ୍କୃଷ୍ଟ ଭୂମି, ସଭାସ୍ଥଳ ଓ ହଜାର ହଜାର ସମର୍ଥକଙ୍କ ପ‌ାଇଁ ଜାଗା ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ବୁଧବାର ସନ୍ଧ୍ୟା ହୋଇଯିବାରୁ ‌ହେଲିକପ୍ଟର ଅବତରଣ ନେଇ ହେବାକୁ ଥିବା ସମସ୍ତ ପରୀକ୍ଷା ଶେଷ ହୋଇପାରିନାହିଁ। ଗୁରୁବାର ପୁଣିଥରେ ଏହି ସ୍ଥାନର ପରୀକ୍ଷା କରାଯିବ। ଏହାବାଦ୍‌ ରେମେଡ ପଡ଼ିଆ ଓ ଧନୁପାଲି-ଗେୁଣ୍ଡେରପୁର ରାସ୍ତାରେ ଥିବା ପଡ଼ିଆକୁ ମଧ୍ୟ ବିକଳ୍ପ ଭାବେ ରଖାଯାଇଛି। ବୁଧବାର ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ସମ୍ବଲପୁର ଡିଆଇଜି ସଞ୍ଜିବ ଅରୋରା, ୩ ଜଣ ଆଡିସନାଲ ଏସ୍‌ପି, ଡିଏସ୍‌ପି ଡିଆଇବି, ଏସ୍‌ଡିପିଓ ବୁର୍ଲା ଓ ହୀରାକୁଦ, ଅଇଁଠାପାଲି, ଧନୁପାଲି, କ୍ଷେତରାଜପୁର ଓ ଟାଉନ୍‌ ଥାନା ଆଇଆଇସି, ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ ଓ କର୍ମୀମାନେ ଉପସ୍ଥିତ ରହି ସଭାସ୍ଥଳ ହେବାକୁ ଥିବା ସ୍ଥାନ ନିରୀକ୍ଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe