୬ରେ ଆସିବେ ମୋଦୀ

୬ରେ ଆସିବେ ମୋଦୀ

digitallearning.eletsonline.com

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ତାରିଖରେ ଓଡ଼ିଶା ଆସିବେ। ‘ଫନି’ ପ୍ରଭାବରେ ଓଡ଼ିଶାରେ ଘଟିଥିବା ପ୍ରକୃତିର ତାଣ୍ଡବକୁ ଦେଖିବା ସହ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି। ମୋଦୀ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ‘ଫନି’ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାରେ ଦୃଷ୍ଟାନ୍ତମୂଳକ ସାହସ ପ୍ରଦର୍ଶନ କରିଥିବା ଓଡ଼ିଶାର ଭାଇ, ଭଉଣୀମାନଙ୍କୁ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ସେ ଆଶ୍ବାସନା ଦେଇଥିଲେ। ବାତ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କ ସହ ସାରା ‌େଦଶ ଦୃଢ଼ ଭାବେ ଠିଆ ହୋଇଛି ବୋଲି ମୋଦୀ ଟ୍ବିଟ୍‌ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe