ଆଜି ଆସୁଛନ୍ତି ମୋଦୀ, ଅମିତ ଶାହଙ୍କ ଗସ୍ତ ୧୭ରେ

Advertisment
ଆଜି ଆସୁଛନ୍ତି ମୋଦୀ, ଅମିତ ଶାହଙ୍କ ଗସ୍ତ ୧୭ରେ

thehindu.com

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଜେପିର ନିର୍ବାଚନୀ ପ୍ରଚାର ପାଇଁ ମୋଦୀଙ୍କର ଏହାର ଚତୁର୍ଥ ଓଡ଼ିଶା ଗସ୍ତ। ଆସନ୍ତାକାଲି ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହୀରାକୁଦ ରୋଡ୍‌ ଲୋରପଙ୍କ ଠାରେ ଏବଂ ଅପରାହ୍ନ ୫ଟାରେ ଭୁବନେଶ୍ବରର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ମୋଦୀ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ। ଭୁବନେଶ୍ବରରେ ବିମାନବନ୍ଦରରରୁ ସଭା ସ୍ଥଳ ପର୍ଯ୍ୟନ୍ତ ସେ ରୋଡ୍‌ ‌େସା’ କରିବାର କାର୍ଯ୍ୟକ୍ରମ ରହିଛି।

୧୭ ତାରିଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିବେ। ସେହିଦିନ ଅପରାହ୍ନ ୩ଟାରେ ଢେଙ୍କାନାଳ ଓ ପ‌େର କଟକର ବଡ଼ମ୍ବାରେ ନିର୍ବାଚନୀ ସଭାକୁ ସେ ଉଦ୍‌ବୋଧନ ଦେବେ। କଟକରେ ନେତାଜୀଙ୍କ ଜନ୍ମସ୍ଥାନରୁ ଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ଶ୍ରୀ ଶାହ ରୋଡ୍‌ ସୋ’ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe