କଂଗ୍ରେସରେ ଭ୍ରଷ୍ଟାଚାର ଆକ୍ସିଲେଟର ଓ ବିକାଶ ଭେଣ୍ଟିଲେଟରରେ ରହିଥାଏ: ପ୍ରଧାନମନ୍ତ୍ରୀ ମୋଦୀ

Advertisment
କଂଗ୍ରେସରେ ଭ୍ରଷ୍ଟାଚାର ଆକ୍ସିଲେଟର ଓ ବିକାଶ ଭେଣ୍ଟିଲେଟରରେ ରହିଥାଏ: ପ୍ରଧାନମନ୍ତ୍ରୀ ମୋଦୀ

Zee News

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ହେବ ଦିନକୁ ୨ରୁ ୩ଟି ରାଲି କରୁଛନ୍ତି। ଉତ୍ତରପ୍ରଦେଶର ଅମରୋହା ଏବଂ ସାହାରାନପୁରରେ ନିର୍ବାଚନୀ ରାଲି ପରେ ଶୁକ୍ରବାର ସେ ଡେରାଡୁନ ପହଂଚିଛନ୍ତି। ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ମୋଦୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଂଗ୍ରେସରେ ଭ୍ରଷ୍ଟାଚାର ଆକ୍ସିଲେଟର ଓ ବିକାଶ ଭେଣ୍ଟିଲେଟରରେ ରହିଥାଏ। କଂଗ୍ରେସ ପ୍ରତିଦିନ ଭ୍ରଷ୍ଟାଚାର କାମରେ ଲିପ୍ତ ରହୁଛି। ଦୁର୍ନୀତି ସହିତ କଂଗ୍ରେସର ଘନିଷ୍ଠ ସଂପର୍କ ରହିଛି ବୋଲି ମୋଦୀ କହିଛନ୍ତି।

ମୋଦୀ କହିଛନ୍ତି, କଂଗ୍ରେସ ନେତାମାନେ ଆମର ସେନାକୁ ବି ଛାଡ଼ି ନାହାନ୍ତି। ବୋଫୋର୍ସ ତୋପ ଅଥବା ହେଲିକପ୍ଟର, ଅସ୍ତ୍ରଶସ୍ତ୍ର କିଣାବିକା ତଥ୍ୟ ଖୋଜିବା ସହଜ ନୁହେଁ, ଯେଉଁଥିରେ କଂଗ୍ରେସ ପ୍ରବଳ ଦୁର୍ନୀତି କରିଛି। ମୋଦୀ କହିଛନ୍ତି, ଆପଣଙ୍କୁ ମନେ ଥିବ ଯେ, ଚୌକିଦାର ହେଲିକପ୍ଟର ଦୁର୍ନୀତିରେ କିଛି ଦଲାଲଙ୍କୁ ଦୁବାଇରୁ ନେଇ ଆସିଛି।

ନିର୍ବାଚନୀ ସଭାରେ ମୋଦୀ କହିଛନ୍ତି ଇଟାଲିର ମିସେଲ ମାମା ଓ ଅନ୍ୟ ଦଲାଲ ମାନଙ୍କୁ ପଚରାଉଚରା କରାଯାଇଛି। ଏହି ଆଧାରରେ ଚାର୍ଜସିଟ ଅନୁସାରେ ହେଲିକପ୍ଟର ଦୁର୍ନୀତିର ଦଲାଲ, ଯେଉଁମାନେ ଲାଂଚ କାରବାର ସହିତ ସଂପୃକ୍ତ, ସେମାନଙ୍କ ମଧ୍ୟରେ ଅଛନ୍ତି ଏପି ଏବଂ ଅନ୍ୟଜଣେ ଫାମ୍‌। ଏହି ଚାର୍ଜସିଟ୍‌ରେ କୁହାଯାଇଛି ଯେ, ଏପି ଅର୍ଥ ଅହମଦ ପଟେଲ୍‌ ଏବଂ ଫ୍ୟାମ୍‌ ଅର୍ଥ ଫ୍ୟାମିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe