India TV
ଭୁବନେଶ୍ବର : ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଟ୍ବିଟ୍ କରି କହିଛନ୍ତି, ଆମର ଯୁବସୁଲଭ ତଥା ଉତ୍ସର୍ଗୀକୃତ କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନ ଶୁଭେଚ୍ଛା। ଗତ ପାଞ୍ଚ ବର୍ଷ ଧରି ପେଟ୍ରୋଲିୟମ୍, ଦକ୍ଷତା ବିକାଶ କ୍ଷେତ୍ରରେ ପରିବର୍ତ୍ତନକୁ ତ୍ବରାନ୍ବିତ କରିଛନ୍ତି। ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ଶାହ ଟ୍ବିଟ୍ କରି କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ନିରନ୍ତର ପ୍ରଚେଷ୍ଟା ଯୋଗୁ ଭାରତରେ ଶକ୍ତି ଆବଶ୍ୟକତା ପୂରଣ ହୋଇପାରିଛି, ଯାହା କି ପ୍ରଶଂସନୀୟ। ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କ ଘରକୁ ଉଜ୍ଜଳ କରିବା ତାଙ୍କ ପ୍ରତିବଦ୍ଧତାର ପ୍ରମାଣ। ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍ଲି ମଧ୍ୟ ଟ୍ବିଟ୍ କରି ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Follow Us