ଚର୍ଚ୍ଚାରେ ଲିଙ୍ଗରାଜ ମନ୍ଦିରରେ ମୋଦିଙ୍କ ଫଟୋ, ସୋସିଆଲ୍‌ ମିଡିଆରେ ସର୍ବାଧିକ ଲୋକପ୍ରିୟ ଫଟୋ

Advertisment
ଚର୍ଚ୍ଚାରେ ଲିଙ୍ଗରାଜ ମନ୍ଦିରରେ ମୋଦିଙ୍କ ଫଟୋ, ସୋସିଆଲ୍‌ ମିଡିଆରେ ସର୍ବାଧିକ ଲୋକପ୍ରିୟ ଫଟୋ

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଠାଇଥିବା ଏକ ଫଟୋ ଏବେ ଦେଶବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ଫଟୋଟି ୨୦୧୭ରେ ସୋସିଆଲ୍‌ ମିଡିଆରେ ସର୍ବାଧିକ ଲୋକପ୍ରିୟ ଫଟୋର ମାନ୍ୟତା ପାଇଛି।

୨୦୧୭ ଏପ୍ରିଲ୍‌ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିଲେ। ଏହି ଅବସରରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଯିବା ସମୟରେ ମନ୍ଦିର ପରିସରରେ ଏକ ଫଟୋ ଉଠାଇଥିଲେ। ଏହି ଫଟୋକୁ ପିଏମ୍‌ଓ ଇଣ୍ଡିଆ ଟ୍ଵିଟର୍‌ରେ ପୋଷ୍ଟ କରାଯିବା ସହ ଏଥିରେ ପ୍ରଧାନମନ୍ତ୍ରୀ ଲେଖିଥିଲେ, ‘ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିରରେ ପ୍ରାର୍ଥନା କଲି। ମନ୍ଦିରର ଚମତ୍କାର କାରୁକାର୍ଯ୍ୟ ମନ ଭିତରେ ଏକ ଅଲିଭା ଛାପ ଛାଡ଼ିଦେଲା।’ ପିଏମ୍‌ଓ ଇଣ୍ଡିଆ ଟ୍ଵିଟର୍‌ର ଏହି ଫଟୋଟି ୨୦୧୭ରେ କୌଣସି ରାଜନୈତିକ ନେତାଙ୍କ ଦ୍ୱାରା ସୋସିଆଲ୍‌ ମିଡିଆରେ ପୋଷ୍ଟ ହୋଇଥିବା ଫଟୋ ମଧ୍ୟରେ ‘ସର୍ବାଧିକ ଲୋକପ୍ରିୟ ଫଟୋ’ର ମାନ୍ୟତା ପାଇଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe