୨୪ରେ ଖୋର୍ଧାରେ ପ୍ରଧାନମନ୍ତ୍ରୀଙ୍କ ସଭା

Advertisment

ବରୁଣେଇ ପାଦ ଦେଶରେ ସ୍ଥାନ ଚିହ୍ନଟ ହେଲା

ବରୁଣେଇ ପାଦ ଦେଶରେ ସ୍ଥାନ ଚିହ୍ନଟ ହେଲା

୨୪ରେ ଖୋର୍ଧାରେ ପ୍ରଧାନମନ୍ତ୍ରୀଙ୍କ ସଭା

ଭୁବନେଶ୍ବର : ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ସମୟରେ ଖୋର୍ଧାର ବରୁଣେଇ ପାଦ ଦେଶରେ ଜନସଭା ହେବ। ଆଜି ବିେଜପି ପକ୍ଷରୁ ଏହି ସୂଚନା ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସଭାସ୍ଥଳ ବୁଲି ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି।

ଏହି ଅବସରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ େଫାକସରେ ଓଡ଼ିଶା ରହିଛି। ପୂର୍ବଥର ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ଲୋକ ପିସିରେ ପେସି ହୋଇଯାଉଛନ୍ତି। ଏହା ଆସନ୍ତା ନିର୍ବାଚନ ପାଇଁ ଏକ ବଡ଼ ପ୍ରସଙ୍ଗ ପାଲଟିଛି। ଆସନ୍ତା ୨୪ ତାରିଖରେ ଖୋର୍ଧାରେ ଐତିହାସିକ ବରୁେଣଇ ପାଦଦେଶରେ ଜନସଭା େହବ, ଯେଉଁଥିରେ ଏକ ଲକ୍ଷ େଲାକଙ୍କୁ ସାମିଲ କରିବା ପାଇଁ େଯାଜନା େହାଇଛି। ଆଗାମୀ ରାଜନୀତି ଓ ନୂଆ ଭାରତ ପରିକଳ୍ପନା ଉପରେ ଏଠାରେ ଆେଲାଚନା େହବ େବାଲି ଶ୍ରୀ ପ୍ରଧାନ କହିଥିଲେ। େକନ୍ଦ୍ରମନ୍ତ୍ରୀ କହିଥିଲେ, ପାଇକ ବିେଦ୍ରାହକୁ ରାଷ୍ଟ୍ରୀୟସ୍ତରରେ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି େନଇଛନ୍ତି। ପାଇକ ବିେଦ୍ରାହ ସ୍ମୃତିରେ ଡାକଟିକେଟ, କଏନ, ଉତ୍କଳ ବିଶ୍ବବିଦ୍ୟାଳୟକୁ େଯଉଁ େଚୟାର ଦିଆଯାଇଛି, ତାହାର େଲାକାର୍ପଣ କରାଯିବ। ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଭୁବନେଶ୍ବର ଆଇଆଇଟିର େଲାକାର୍ପଣ କରିବେ ଓ ବ୍ରହ୍ମପୁରସ୍ଥିତ ଆଇଜରର ଶିଳାନ୍ୟାସ ବି କରାଯିବ। ଏହି ଅବସରରେ ବିେଜପି ବିଧାୟକ ଦଳ େନତା କନକ ବର୍ଧନ ସିଂହଦେଓ, ବିେଜପି େନତ୍ରୀ ଅପରାଜିତା ଷଡଙ୍ଗୀ, ବରିଷ୍ଠ େନତା ସମୀର ମହାନ୍ତି, ଭ୍ରୁଗୁ ବକ୍ସିପାତ୍ର, ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ସୁଦୀପ୍ତ ରାୟ ପ୍ରମୁଖ େଯାଗ େଦଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe