ବ୍ଲକ୍ ଅଫିସ୍‌ରେ ବିଷ ପିଇଦେଲେ ଜିପିଓ

Advertisment

ଗୁରୁତର ଅବସ୍ଥାରେ ଉଦ୍ଧାର, ଏମ୍‌କେସିଜି ସ୍ଥାନାନ୍ତର, ବଦଳି ନା ଅନ୍ୟ କିଛି କାରଣ?

ଗୁରୁତର ଅବସ୍ଥାରେ ଉଦ୍ଧାର, ଏମ୍‌କେସିଜି ସ୍ଥାନାନ୍ତର, ବଦଳି ନା ଅନ୍ୟ କିଛି କାରଣ?

ଦାମ୍ପତ୍ୟ ଜୀବନରେ ସନ୍ଦେହ ଝଡ଼: ସ୍ତ୍ରୀ ବିଷ ପିଇଲେ, ସ୍ବାମୀ ବ୍ଲେଡ୍‌ରେ କାଟିହେଲେ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ କାର୍ଯ୍ୟାଳୟ ଭିସି ହଲ୍ ଭିତରୁ ବୁଧବାର ଦିନ ଏଠାକାର ପ୍ରାକ୍ତନ ଗ୍ରାମପଞ୍ଚାୟତ ଅଧିକାରୀ (ଜିପିଓ) ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। କୌଣସି ବିଷାକ୍ତ ପଦାର୍ଥ ପିଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ କରାଯାଉଛି। ଭଞ୍ଜନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରମୋଦ ଦୀର୍ଘବର୍ଷ ହେଲା ଭଞ୍ଜନଗର ବ୍ଳକ୍‌ରେ ପିଇଓ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ଦୁଇବର୍ଷ ହେବ ଜିପିଓ ଦାୟିତ୍ବରେ ଥିଲେ। ଗତ ୩୦ ତାରିଖରେ ତାଙ୍କୁ ପାତ୍ରପୁର ବ୍ଲକ୍‌କୁ ବଦଳି କରାଯାଇଥିଲା। ଆଜି ସକାଳେ ସେ ବ୍ଲକ୍ କାର୍ଯ୍ୟାଳୟକୁ ଆସି ଦାୟିତ୍ବ ହସ୍ତାନ୍ତର କରିବା ‌ପରେ ମଧ୍ୟାହ୍ନରେ ହଠାତ୍ ଭିସି ହଲ୍‌ରେ ବାନ୍ତି କରିଥିଲେ। ତୁରନ୍ତ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପ୍ରମୋଦ କୌଣସି ବିଷାକ୍ତ ପଦାର୍ଥ ପିଇଥିବା ଡାକ୍ତର କହିଛନ୍ତି। ତେବେ, ସେ କାହିଁକି ଏଭଳି ଏକ ଚରମ ପଦକ୍ଷେପ ନେଲେ ଏନେଇ କିଛି ସ୍ପଷ୍ଟ ହୋଇପାରି ନଥିବା ବିଡିଓ ଶଶିଭୂଷଣ ମହାପାତ୍ର ସୂଚନା ଦେଇନାହାନ୍ତି। ଫଳରେ, ଏହାପଛରେ ବଦଳି ନା ଅନ୍ୟ କିଛି କାରଣ ରହିଛି କିଛି ଜଣାପଡ଼ିନାହିଁ। ଭଞ୍ଜନଗର ପୁଲିସ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe