ବାର୍‌ହା ଶିକାରୀ ଗିରଫ

Advertisment
ବାର୍‌ହା ଶିକାରୀ ଗିରଫ

ସାହାଜପାଲ: ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶରେ ଶ୍ରାବଣ ପୂର୍ଣ୍ଣିମା ଥିବାରୁ ଜଙ୍ଗଲରେ ଜନ୍ତୁ ଶିକାର ପୂର୍ବାନୁମାନ କରି ଗୁରୁବାର ରାତିରେ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ରେଞ୍ଜଗୁଡ଼ିକର ସମସ୍ତ ବିଟ୍ ଅଞ୍ଚଳରେ ବନବିଭାଗ ପକ୍ଷରୁ କଡ଼ାକଡ଼ି ଭାବରେ ରାତି ପାଟ୍ରୋଲିଂ କରା ଯାଉଥିଲା। ଏହି ସମୟରେ ଡମରଗଡ଼ ସଂରକ୍ଷିତ ଜଙ୍ଗଲରେ ପଶୁ ଶିକାର ଉଦ୍ଦେଶ୍ୟରେ ପଶିଥିବା ମାନେଶ୍ବର ଗ୍ରାମର ଗୁପ୍ତେଶ୍ବର ସେଠୀ(୪୬)କୁ କାବୁ କରିଥିଲା ବନ ବିଭାଗ। ଅଭିଯୁକ୍ତ ଗୁପ୍ତେଶ୍ବର ବାରହା ଶିକାର ନିମନ୍ତେ ବିଦ୍ୟୁତ୍ ତାର ବିଛାଇ ଏକ ଦେଶୀ ହାତ ତିଆରି ବନ୍ଧୁକ ଧରି ଜଙ୍ଗଲ ଭିତରେ ଛପି ରହିଥିଲା। ଏହି ସମୟରେ ବନ୍ଧୁକ ସହ ତା’କୁ ଧରିବାରେ ବିଭାଗୀୟ କର୍ମଚାରୀମାନେ ସଫଳ ହୋଇଥିଲେ। ଏହି ଚଢ଼ଉରେ ଏସିଏଫ୍ ଆଶିଷ କହଁର, ବନରକ୍ଷୀ ପ୍ରକାଶ ପ୍ରଧାନ ଏବଂ ମୋବାଇଲ ଟିମ୍ ତଥା ଫରେଷ୍ଟ୍ ସ୍କ୍ୱାଡ୍ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe