ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲରୁ ଶିକାରୀ ଗିରଫ

Advertisment
ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲରୁ ଶିକାରୀ ଗିରଫ

ହରଭଙ୍ଗା: ପୁରୁଣାକଟକ ଫରେଷ୍ଟ ରେଞ୍ଜ୍‌ ଅର୍ନ୍ତଗତ ଖରଭୂଇଁ ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲ ନିକଟବତର୍ତ୍ତୀ ଅଞ୍ଚଳରୁ ବନ ବିଭାଗ ଜଣେ ବିନା ଲାଇସେନ୍ସ ଦେଶୀ ବନ୍ଧୁକଧାରୀ ଶିକାରୀକୁ ସୋମବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ଖରଭୂଇଁ ଗ୍ରାମର ବିରଞ୍ଚି ପ୍ରଧାନ (୪୦)। ତା’ ପାଖରୁ ବନ୍ଧୁକ ସମେତ ୩ଟି ଗୁଳି ଜବତ ହୋଇଥିବା ଜଣାପଡ଼ିଛି। ବନ ବିଭାଗର ସୂଚନାନୁସାରେ ସୋମବାର ଅପରାହ୍‌ଣ ୩ଟା ବେଳେ ପୁରୁଣାକଟକ ରେଞ୍ଜ ଅଫିସର୍‌ ନିହାର ମଲ୍ଲିକ, ଚାରିଛକ ବନପାଳ ବିଜୟାନନ୍ଦ ସାହୁ, ଖରଭୂଇଁ ବନରକ୍ଷୀ ମହେଶ ମାଝୀ, ଚାରିଛକ ବନରକ୍ଷୀ ବୀଣାପାଣି ଖଟୁଆ ପ୍ରମୁଖ ଖରଭୂଇଁ ବିଟ୍‌ର ମୁଣ୍ଡେଶ୍ବର ଜଙ୍ଗଲକୁ ପାଟ୍ରୋଲିଂ ପାଇଁ ଯାଇଥିଲେ।

ଏହି ସମୟରେ ବିରଞ୍ଚି ବନ୍ଧୁକ ଧରି ଶିକାର  ପାଇଁ ଯାଉଥିବା ବେଳେ ତାକୁ କାବୁ କରିଥିଲେ। ଏ ସର୍ମ୍ପକରେ ପୁରୁଣାକଟକ ରେଞ୍ଜ ଅଫିସର୍‌ ଶ୍ରୀ ମଲ୍ଲିକଙ୍କୁ ପଚାରିବାରେ, ‘ଶିକାର ପାଇଁ ଯାଉଥିବା ସମୟରେ ଆମେ ଧରିଲୁ। ତା’ ପାଖରୁ ବିନା ଲାଇସେନ୍ସ ଦେଶୀ ବନ୍ଧୁକ ସହ ୩ଟି ଗୁଳି ଜବତ କରିବା ସହ ଗିରଫ କରିଛୁ’ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe