ଲାଗି ହେଲା ପୋଡ଼ପିଠା, ସମର୍ପଣ ବେଳେ ଦୁଇପକ୍ଷ ମୁହାଁମୁହିଁ

ଲାଗି ହେଲା ପୋଡ଼ପିଠା, ସମର୍ପଣ ବେଳେ ଦୁଇପକ୍ଷ ମୁହାଁମୁହିଁ

ପୁରୀ : ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା କାହିଁ କେଉଁ ଯୁଗରୁ ଚଳିଆସିଛି। କିନ୍ତୁ ଯୁଗ ଯୁଗ ଧରି ଚାଲି ଆସିଥିବା ଏହି ପରମ୍ପରାରେ ଏବେ ବିବାଦ ସୃଷ୍ଟି ହୋଇଛି। ବଂଶାନୁକ୍ରମିକ ସେବା ଓ ମହାପ୍ରଭୁଙ୍କୁ ପୋଡ଼ପିଠା ସମର୍ପଣକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି। ଏଣୁ କିଏ ମହାପ୍ରଭୁଙ୍କୁ ପୋଡ଼ପିଠା ସମର୍ପଣ କରିବେ, ତାହା ଏବେ କୋର୍ଟଙ୍କ ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ ଗତ ବର୍ଷ ଭଳି ଚଳିତ ବର୍ଷ ବି ମହାପ୍ରଭୁଙ୍କୁ ଦୁଇଜଣ ଅଲଗା ଅଲଗା ପୋଡ଼ପିଠା ସମର୍ପଣ କରିଛନ୍ତି। ପୋଡ଼ପିଠା ସମର୍ପଣ ବେଳେ ଦୁଇପକ୍ଷ ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳ ପରିସ୍ଥିତି ଉପୁଜିବା ପରେ ପୁଲିସ ଉପସ୍ଥିତିରେ ଆପୋଷ ସମାଧାନ ହୋଇଛି। ଉଭୟ ତଳେ ରହି ତିନି ଠାକୁରଙ୍କୁ ପୋଡ଼ପିଠା ସମର୍ପଣ କରିଛନ୍ତି। ପୂର୍ବରୁ ଛେନା, ଅଟା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦିରେ ପ୍ରସ୍ତୁତ ହୋଇ ରହିଥିବା ପୋଡ଼ପିଠା ଆଜି ତିନୋଟି କୁଡ଼ୁଆରେ ତିନି ଠାକୁରଙ୍କୁ ଅଲଗା ଅଲଗା ସମର୍ପଣ କରାଯାଇଛି। ଗୋଟିଏ ପଟେ ବଂଶାନୁକ୍ରମିକ ସେବା କରି ଆସୁଥିବା ମନୋରଞ୍ଜନ ମିଶ୍ର ମାଉସୀ ମା’ ମନ୍ଦିରଠାରେ ତିନି ଠାକୁରଙ୍କୁ ପୋଡ଼ପିଠା ସମର୍ପଣ କରିଛନ୍ତି। ଅନ୍ୟପଟେ ବଂଶାନୁକ୍ରମିକ ସେବା ପାଇଁ ହକଦାର ବୋଲି ଦାବି କରି ଆସୁଥିବା ବିଶ୍ୱନାଥ ମିଶ୍ର ବି ତିନି ଠାକୁରଙ୍କୁ ମାଉସୀ ମା’ଙ୍କ ମନ୍ଦିର ନିକଟରେ ପୋଡ଼ପିଠା ସମର୍ପଣ କରିଛନ୍ତି। ସୂଚନାଯୋଗ୍ୟ, ସେବା ଅଧିକାରକୁ ନେଇ କୋର୍ଟରେ ମାମଲା ବିଚରାଧୀନ ଥିବାରୁ ଚଳିତ ବର୍ଷ ବି ଶ୍ରୀମନ୍ଦିର ପ୍ରଶାସନ ପୋଡ଼ପିଠା ସମର୍ପଣ ପାଇଁ କାହାରିକୁ ଅଧିକାର ଦେଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe