ମହାପ୍ରଭୁଙ୍କୁ ସମର୍ପଣ ହେଲା ପୋଡ଼ପିଠା, ସମର୍ପଣ କଲେ ଦୁଇପକ୍ଷ

Advertisment
ମହାପ୍ରଭୁଙ୍କୁ ସମର୍ପଣ ହେଲା ପୋଡ଼ପିଠା, ସମର୍ପଣ କଲେ ଦୁଇପକ୍ଷ

ପୁରୀ : ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି। କିନ୍ତୁ ଯୁଗ ଯୁଗ ଧରି ଚାଲି ଆସିଥିବା ଏହି ପରମ୍ପରାର କଳି ଆଜି ପର୍ଯ୍ୟନ୍ତ ତୁଟିପାରୁନି। ବଂଶାନୁକ୍ରମିକ ସେବା ଓ ମହାପ୍ରଭୁଙ୍କୁ ପୋଡ଼ପିଠା ସମର୍ପଣକୁ ନେଇ ଅଧିକାରର ବିବାଦ ଏବେ କୋର୍ଟରେ ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ଆଜି ବି ଅଧିକାରକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ମନୋରଂଜନ ମିଶ୍ର ଓ ବିଶ୍ବନାଥ ମିଶ୍ର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୋଡ଼ପିଠା ସମର୍ପଣ କରିଛନ୍ତି।

ଗତ ବର୍ଷ ଭଳି ଚଳିତ ବର୍ଷ ବି ମହାପ୍ରଭୁଙ୍କୁ ଦୁଇଜଣ ଅଲଗା ଅଲଗା ପୋଡ଼ପିଠା ସମର୍ପଣ କରିଥିଲେ। ବିଶ୍ବନାଥ ମିଶ୍ର ମାଉସୀ ମା’ ମନ୍ଦିରରେ ଛିଡ଼ା ହୋଇ ପୋଡ଼ପିଠା ସମର୍ପଣ କରିଥିବାବେଳେ ମନୋରଂଜନ ମିଶ୍ର ପୁଲିସ କଟକଣା ପାଇଁ ମାଉସୀ ମା’ ମନ୍ଦିର କଡ଼ ଗଳିରେ ଛିଡ଼ା ହୋଇ ପୋଡ଼ପିଠା ସମର୍ପଣ କରିଛନ୍ତି। ପୂର୍ବରୁ ଛେନା, ଅଟା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦିରେ ପ୍ରସ୍ତୁତ ହୋଇ ରହିଥିବା ପୋଡ଼ପିଠା ଆଜି ତିନୋଟି କୁଡ଼ୁଆରେ ତିନି ଠାକୁରଙ୍କୁ ଅଲଗା ଅଲଗା ସମର୍ପଣ କରାଯାଇଛି। ସେବା ଅଧିକାରକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଚଳିତ ବର୍ଷ ବି ଶ୍ରୀମନ୍ଦିର ପ୍ରଶାସନ ପୋଡ଼ପିଠା ସମର୍ପଣ ପାଇଁ କାହାରିକୁ ଅଧିକାର ଦେଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe