ବିଶିଷ୍ଟ ‌କବି ଆଶୁତୋଷ ପରିଡ଼ା ୨୦୨୩ ମସିହା ପାଇଁ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

Advertisment
ବିଶିଷ୍ଟ ‌କବି ଆଶୁତୋଷ ପରିଡ଼ା ୨୦୨୩ ମସିହା ପାଇଁ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ବର: ବିଶିଷ୍ଟ ‌କବି ଆଶୁତୋଷ ପରିଡ଼ା ୨୦୨୩ ମସିହା ପାଇଁ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସ୍ବରଚିତ କବିତା ସଂକଳନ 'ଅପ୍ରସ୍ତୁତ ମୃତ୍ୟୁ' ପାଇଁ ପାଇବେ ପୁରସ୍କାର। ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏହା ଘୋଷଣା କରାଯାଇଛି।

ଆଶୁତୋଷ ପରିଡ଼ା ୧୯୪୬ ମସିହା ଫେବ୍ରୁଆରି ମାସରେ କେନ୍ଦ୍ରାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ସେ ରାଉରକେଲାର ଆରଇସିରେ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ଏହାପରେ ସେ ଆଇଆଇଟି ଖଡ଼ଗପୁରରେ ଆବର୍ତ୍ତ ପୃଥକୀକରଣ ଯନ୍ତ୍ରର ପ୍ରସ୍ତୁତି ନେଇ ଗବେଷଣା କରିଥିଲେ। ଏହାପରେ ଶ୍ରୀ ପରିଡ଼ା ଭୁବନେଶ୍ବର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ। କେବଳ ଜଣେ ବରିଷ୍ଠ ବୈଜ୍ଞାନିକ ଭାବେ ନୁହନ୍ତି, କବି ଭାବେ ମଧ୍ୟ ସେ ସୁପ୍ରତିଷ୍ଠିତ। ସେ ଯୁକ୍ତ ଯାତନା, ଇପସିତ କ୍ରୋଧ, ଚଣ୍ଡାଳ, ଶବ୍ଦଭେଦୀ ଭଳି କବିତା ପୁସ୍ତକ ରଚନା କରିଛନ୍ତି। କବିତା ସଂକଳନ ଇପସିତ କ୍ରୋଧ ପାଇଁ ୧୯୯୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ।  ତାଙ୍କର ବହୁ କବିତା ହିନ୍ଦୀ, ଇଂରାଜି ଓ ବଙ୍ଗଳା ଭାଷ‌ାରେ ଅନୂଦିତ ହୋଇଛି। ‌କବି ଆଶୁତୋଷ ପରିଡ଼ାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe