୨୭ରେ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ

Advertisment
୨୭ରେ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ

ବାଲେଶ୍ବର : କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ପକ୍ଷରୁ ୩୩ତମ ବସନ୍ତ ମୁଦୁଲି ସ୍ମୃତି ସମାରୋହ-୨୦୨୨ ଆସନ୍ତା ୨୭ ତାରିଖରେ ଭଦ୍ରକ ଜିଲ୍ଲା ଆଦମପୁରଠାରେ ଅନୁଷ୍ଠିତ ହେବ।

ଏହି ଅବସରରେ ୨୦୧୭ ମସିହା ପାଇଁ କବି କିଶୋର ପାଣିଗ୍ରାହୀ, ୨୦୧୮ ପାଇଁ ଡକ୍ଟର ଶୁଭଶ୍ରୀ ଲେଙ୍କା, ୨୦୧୯ ପାଇଁ ପ୍ରୀତିଧାରା ସାମଲ, ୨୦୨୦ ପାଇଁ ଈପ୍‌ସିତା ଷଡ଼ଙ୍ଗୀ ଓ ୨୦୨୧ ପାଇଁ କବି ବାଦଲ ମହାନ୍ତିଙ୍କୁ ପୁରସ୍କୃତ କରାଯିବ। ସ୍ମୃତି ସମାରୋହକୁ ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ନବନିର୍ମିତ ସ୍ମୃତି ପାଠାଗାର ଭବନକୁ ସ୍ବର୍ଗତ ବୈଷ୍ଣବ ପରିଡ଼ାଙ୍କ ପତ୍ନୀ ତଥା ସୁଲେଖିକା ଡକ୍ଟର ସ୍ବର୍ଣ୍ଣଲତା ପରିଡ଼ା ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କଥାକାର ଦାଶ ବେନହୁର, ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକ, ବରେଣ୍ୟ ଅତିଥି ଭାବେ ଗାଳ୍ପିକ ବିଜୟ ନାୟକ, କବି ରଞ୍ଜନ କୁମାର ଦାସ, କଥାଶିଳ୍ପୀ ଡକ୍ଟର ଇତି ସାମନ୍ତ, ନାଟ୍ୟକାର ସୁଧାକାର ନନ୍ଦ, କବି ନିରାକର ଦାସ, ଗାଳ୍ପିକ ରଜନୀ ରଂଜନ ମହାନ୍ତି, ସରୋଜ ବଳ ପ୍ରମୁଖ ଯୋଗଦେବେ ବୋଲି ସଂସଦର ସମ୍ପାଦକ କୃଷ୍ଣକୁମାର ମହାନ୍ତି ଓ ସଂଯୋଜକ ଅରୁଣ ଖିଲାର ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe