ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀରେ କବି ମନୋଜ ପଣ୍ଡା

Advertisment
ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀରେ କବି ମନୋଜ ପଣ୍ଡା

ସମ୍ବଲପୁର: ବିଶିଷ୍ଟ କବି ତଥା ରେଂଗାଲି ସୁରଜମଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡା ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ସଦସ୍ୟ ମନୋନୀତ ହୋଇଛନ୍ତି। ଓଡ଼ିଶାରୁ ମୋଟ ୧୦ ଜଣ ଏହି ଉପଦେଷ୍ଟାମଣ୍ଡଳୀରେ ରହିଥିବାବେଳେ ପଶ୍ଚିମ ଓଡ଼ିଶାରୁ ଏକମାତ୍ର ସଦସ୍ୟ ଭାବରେ ଡ. ପଣ୍ଡା ଏଥିରେ ସ୍ଥାନ ପାଇଛନ୍ତି।

ଡ. ପଣ୍ଡାଙ୍କର ୩ଟି କବିତା ସଂକଳନ ପ୍ରକାଶିତ ହୋଇ ସାରିଛି। ଏହାବ୍ୟତୀତ ତାଙ୍କ ସଂପାଦନାରେ ‌ବି ବହୁ ପୁସ୍ତକ ପ୍ରକାଶିତ ହୋଇଛି। ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସଂପାନରେ ଅଂଶଗ୍ରହଣ କରିଛନ୍ତି। ଡ. ପଣ୍ଡା ସମ୍ବଲପୁର ବିଶ୍ବବିଦ୍ୟାଳୟର ସାହିତ୍ୟ ପତ୍ରିକା ‘ସପ୍ତର୍ଷି’ର ସଂପାଦନାମଣ୍ଡଳୀ ସଦସ୍ୟ ରହିଛନ୍ତି। ଜଣେ ମାନବବାଦୀ କବି ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବି ସାହିତ୍ୟ‌ର ଅନ୍ୟାନ୍ୟ କ୍ଷେତ୍ର ଯଥା ପ୍ରବନ୍ଧ, ଗଳ୍ପ ରଚନା ଓ ଲୋକ ସାହିତ୍ୟ ସଂପର୍କିତ ସଂଦର୍ଭ ଗୁଡ଼ିକରେ ବି ସେ ‌କଲମ ଚାଳନା କରିଛନ୍ତି। ଗଂଗାଧର ସାହିତ୍ୟର ଗବେଷକ ଓ ସୁବକ୍ତା ଭାବେ ପରିଚିତ ଡ. ପଣ୍ଡାଙ୍କ ଏହି ନିଯୁକ୍ତିକୁ ନେଇ ପଶ୍ଚିମ ଓଡ଼ିଶାର ସାହିତ୍ୟ ଅନୁରାଗୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe