କବି ପ୍ରଫୁଲ୍ଲ ମିଶ୍ରଙ୍କ ପରଲୋକ

Advertisment
କବି ପ୍ରଫୁଲ୍ଲ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : କବି ଓ ପ୍ରାକ୍ତନ ପ୍ରଶାସକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କର ଗତ ଗୁରୁବାର ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ୧୯୫୮ ମସିହାରେ ଖଣ୍ଡପଡ଼ାରୁ ପ୍ରଥମ କରି ସେ ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇ ଦକ୍ଷ ଓ ସଚ୍ଚୋଟ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିଲେ। ତାଙ୍କ ପରଲୋକରେ ବନ୍ଧୁ, ପରିଜନ ଓ କବିମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜ୍‌ରେ କବି ରମାକାନ୍ତ ରଥଙ୍କର ସେ ସହପାଠୀ ଥିଲେ। ପ୍ରଶାସନିକ ଦାୟିତ୍ବ ନିର୍ବାହ ସହ ଲେଖନୀ ଚାଳନା କରି ସାରସ୍ବତ ଭଣ୍ଡାରକୁ କିଛି ପୁସ୍ତକ ଭେଟି ଦେଇଥିଲେ। ‘କେତୋଟି ଚିହ୍ନା ଚିହ୍ନା ମୁହଁ’ ଗଳ୍ପ ପୁସ୍ତକ ସହ ମନ ଅରଣ୍ୟର ସଂଗୀତ, ମାଗୁଛି ବନ୍ଧୁ ହୃଦୟଟିଏ, ପିୟୁଷ ପ୍ଳାବନ, ଶୂନ୍ୟତାର ବଂଶୀ, ଅନେକ ସ୍ବପ୍ନ ଭଳି କବିତା ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା। ଗୋକର୍ଣ୍ଣିକା ସାହିତ୍ୟ ସମାଜ ପକ୍ଷରୁ ସମ୍ବର୍ଧିତ ହୋଇଥିଲେ। ଅବସର ପରେ ସେ ଖୋର୍ଧାରେ ରହି ଆସୁଥିଲେ। ଶେଷ ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ଗତ ୨୧ ତାରିଖରେ ‘ହେ ଈଶ୍ବର କେତେ ଆଉ ପରୀକ୍ଷା କରିବ?’ ଶୀର୍ଷକ ଲେଖାଟିଏ ଲେଖିଥିଲେ। ଈଶ୍ବରଙ୍କ ନିକଟରେ ଗୁହାର ବାଢ଼ି ଶେଷରେ ସବୁଦିନ ପାଇଁ ଇହଧାମରୁ ବିଦାୟ ନେଇଗଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe