ଭୁବନେଶ୍ବର: ମରି କି ବି ଅମର ରହିବେ ପ୍ରଥିତଯଶା କବି, ଔପନ୍ୟାସିକ ଓ ପୂର୍ବତନ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା। ନିଜ କାଳଜୟୀ କୃତି, ଲେଖକୀୟ ଢାଞ୍ଚା, ଚିର ସବୁଜ ସୃଷ୍ଟି, ସାହିତ୍ୟ ଜଗତରେ ନିଜର ରାଜକୀୟ ଛାପ ପାଇଁ ସ୍ବର୍ଗତ କବି ରାଜେନ୍ଦ୍ର କିଶୋର ପଣ୍ଡା ପାଠକଙ୍କ ମନରେ ତ ଅମର ରହିବେ କିନ୍ତୁ ଅଙ୍ଗ ଦାନ କରି ବି ସେ ଆଜି ଅମର ହୋଇଯାଇଛନ୍ତି ।

Advertisment
Untitled-10
rajendra kishore panda passes away Photograph: (Sambad.in)

ମରିକି ବି ଅମର, ରାଜେନ୍ଦ୍ର କିଶୋର...

ଶରୀର ଦାନ ପାଇଁ ପୂର୍ବରୁ ଆଫିଡେଭିଟ କରିଥିଲେ କବି ରାଜେନ୍ଦ୍ର କିଶୋର ପଣ୍ଡା । ଆଜି ମଧ୍ୟାହ୍ନରେ ଘରେ ଶଯ୍ୟାଶାୟୀ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏମ୍ସକୁ ତାଙ୍କ ମରଶରୀର ଦାନ କରାଯାଇଛି । ତାଙ୍କ ଶରୀର ଏମ୍ସକୁ ଦାନ କରାଯାଇଛି ଏବଂ ଆଖିର କର୍ଣ୍ଣିଆ ଆଉ ଏକ ପ୍ରାଇଭେଟ ହସ୍ପିଟାଲକୁ ଯାଇଛି । ପୂର୍ବରୁ କବି ରାଜେନ୍ଦ୍ର ପଣ୍ଡା ସ୍ନାୟବିକ ସମସ୍ୟା କାରଣରୁ ଅସୁସ୍ଥ ରହିଥିଲେ ଏବଂ ଗତ ସେପ୍ଟେମ୍ବର ୧୩ ତାରିଖରେ ସହଧର୍ମିଣୀ ସୌଭାଗ୍ୟ ମଞ୍ଜରୀଙ୍କ ଦେହାନ୍ତ ହୋଇଥିଲା ଯେଉଁଥି ପାଇଁ ଶାରୀରିକ ଓ ମାନସିକ ସ୍ତରରେ କବି ଆହୁରି ଭାଙ୍ଗି ପଡ଼ିଥିଲେ । ତେବେ ବର୍ତ୍ତମାନ କବିଙ୍କ ଇଚ୍ଛା ଅନୁଯାୟୀ ଶରୀର ଦାନ ପାଇଁ ପରିବାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଦୁଇଝିଅ ।

Untitled-27 (2)

ସେପଟେ ଆଫିଡେଭିଟରେ କବି ଲେଖିଥିଲେ ଯଦି ମୋର ମସ୍ତିଷ୍କ ଅକାମୀ ହୋଇଯାଏ କିମ୍ବା ମୋର ମୃତ୍ୟୁ ହୋଇଯାଏ ତେବେ ମୋର ମୃତଦେହକୁ ଏମ୍ସକୁ ହସ୍ତାନ୍ତର କରାଯିବ । ଗବେଷଣା କିମ୍ବା ଅଙ୍ଗ ପ୍ରତିରୋପଣ ପାଇଁ ମୋ ଶରୀରର ଅଙ୍ଗପ୍ରତ୍ୟଙ୍ଗ ବ୍ୟବହାର କରାଯାଇପାରିବ ।

ଅଧିକ ପଢନ୍ତୁ-

Tribute to Rajendra Kishore Panda: କବିଙ୍କୁ ହରାଇ ଲୁହ ଝରାଉଛି ସାହିତ୍ୟ ଜଗତ; ଦେଖନ୍ତୁ କ’ଣ ସବୁ ଲେଖିଛନ୍ତି ସାହିତ୍ୟିକ...

ଜଣେ ଥିଲେ ରାଜେନ୍ଦ୍ର କିଶୋର...

ତେବେ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଜେନ୍ଦ୍ର କିଶୋର ପଣ୍ଡା । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ୧୯୪୪ ଜୁନ୍ ୨୪ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ବତଲଗା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଷୋହଳଟି କବିତା ସଂକଳନ ଓ ଦୁଇଟି ଉପନ୍ୟାସର ରଚୟିତା ।

affidavit
affidavit Photograph: (sambad.in)

ଅଧିକ ପଢନ୍ତୁ-

Last Fb Post: ଭାଇରାଲ୍‌ ହେଉଛି କବିଙ୍କ ଶେଷ ଫେସ୍‌ବୁକ୍‌ ପୋଷ୍ଟ୍‌

୧୯୪୭ରେ ଶ୍ରୀ ପଣ୍ଡାଙ୍କର ପ୍ରଥମ କବିତା ସଂଗ୍ରହ ‘ଗୌଣ ଦେବତା’ ପ୍ରକାଶିତ ହୋଇଥିଲା। ତାଙ୍କର ଷୋହଳଟି କବିତା ସଂକଳନ ପ୍ରକାଶ ପାଇଛି। ସେ ଦୁଇଟି ଉପନ୍ୟାସର ବି ରଚୟିତା। ରାଜେନ୍ଦ୍ର କିଶୋର ପଣ୍ଡା ୧୯୬୭ରୁ ୨୦୦୪ ଯାଏ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।

Untitled-18

ରିପୋର୍ଟ- ଶ୍ରୀମା ଶତପଥୀ