ନଲକୂଅ ପାଣିରୁ ବାହାରିଲା ବିଷାକ୍ତ ସାପ, ଭୟଭୀତ ଗାଁ ଲୋକେ

Advertisment
ନଲକୂଅ ପାଣିରୁ ବାହାରିଲା ବିଷାକ୍ତ ସାପ, ଭୟଭୀତ ଗାଁ ଲୋକେ

ଦେଓଗାଁ: ନଳକୂଅ ପାଣି ବଦଳରେ ବାହାରିଛି ଏକ ଜୀବନ୍ତ ସାପ। ପାଣି ବ୍ୟବହାରକୁ ନେଇ ଚିନ୍ତାରେ ରହିଛନ୍ତି ଗାଁ ଲୋକ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ସାଲେପାଲି ଗାଁରୁ।

ଏହି ଗାଁର ଉପରପଡ଼ାଠାରେ ଥିବା ଏକ ନଳକୂଅକୁ ଆଜି ରାତି ୮.୩୦ ମି ସମୟରେ ପାଣି ଆଣିବାକୁ ଯାଇଥିଲେ ସଂଜୀବ କୁମାର। ସେ ବାଳଟିରେ ପାଣି ଆଣି ଘରକୁ ଆସିବା ପରେ ଏଥିରେ କଲାରଙ୍ଗର ଏକ ଜୀବାଣୁ ଥିବା ଦେଖିବାକୁ ପାଇଥିଲେ। ଏନେଇ ପାଖ ପଡ଼ୋଶୀଙ୍କୁ କହିଥିଲେ। ବାଳଟିରେ ଥିବା ଜୀବାଣୁଟି ଏକ ବିଷାକ୍ତ ସାପ ବୋଲି ଚିହ୍ନଟ କରିଥିଲେ ଗାଁ ଲୋକେ। ଫଳରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗି ରହିଥିଲା ରାତି ପର୍ଯ୍ୟନ୍ତ। ଏଣୁ ଏହି ନଳକୂଅର ପାଣିକୁ ଟେଷ୍ଟ କରି ଲୋକଙ୍କୁ ପିଇବା ଉପଯୋଗୀ କି ନାହିଁ ସେ ଦିଗରେ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe