ଚିଙ୍ଗୁଡ଼ି ମାରିବା ପାଇଁ ନଦୀରେ ବିଷ! ମରିଗଲେ ୭୩ ମଇଁଷି

ପାଣିରେ ଘଣ୍ଟାଘଣ୍ଟା ଧରି ପହଁରି ପାରୁଥିବା ମଇଁଷି ନଦୀରେ ମରି ଭାସୁଛନ୍ତି। ଗୋଟିଏ କିମ୍ବା ଦୁଇଟି ନୁହେଁ, ଏକାଥରେ ୭୩ଟି ମଇଁଷିଙ୍କର ମୃତ୍ୟୁ ଘଟିଛି। ରବିବାର ଏଭଳି ଅବିଶ୍ବସନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ।

dggddggddg

ରାଜନଗର/ଆଳି: ପାଣିରେ ଘଣ୍ଟାଘଣ୍ଟା ଧରି ପହଁରି ପାରୁଥିବା ମଇଁଷି ନଦୀରେ ମରି ଭାସୁଛନ୍ତି। ଗୋଟିଏ କିମ୍ବା ଦୁଇଟି ନୁହେଁ, ଏକାଥରେ ୭୩ଟି ମଇଁଷିଙ୍କର ମୃତ୍ୟୁ ଘଟିଛି। ରବିବାର ଏଭଳି ଅବିଶ୍ବସନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ। ଏକକାଳୀନ ଏତେ ସଂଖ୍ୟାରେ ମଇଁଷିଙ୍କ ମୃତ୍ୟୁ ପରେ ତିନିଜଣ ଚାଷୀ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ନଦୀରେ ଚିଙ୍ଗୁଡ଼ି ମାରିବା ପାଇଁ ବିଷ ପକାଯାଇଥିବା ବେଳେ ସେହି ବିଷପାଣି ପିଇ ମଇଁଷିଗୁଡ଼ିକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଆଳି ଥାନା ଏକମାଣିଆ ଗାଁ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଶାଖା ‘ଗଳିଆ’ କୂଳରେ ୮୮ଟି ମଇଁଷି ରହିଥିଲେ। ଆଜି ସକାଳୁ ମଇଁଷି ପଲକୁ ଚରିବା ପାଇଁ ଖୋଲି ଦିଆଯାଇଥିଲା। ଘାସ ଚରି ମଇଁଷି ପଲ ନଦୀରେ ପଶିଥିଲେ। କିନ୍ତୁ, ନଦୀରେ ପାଣି ପିଇବାର କିଛି ସମୟ ପରେ ଅସୁସ୍ଥ ହୋଇପଡ଼ିଥିଲେ। ନଦୀଟି ଗହୀର ଓ ଅଣଓସାରିଆ ଥିବାରୁ ମଇଁଷି ପଲ ଫେରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ଗୋଟିକ ପରେ ଗୋଟିଏ ମଇଁଷି ନଈପା‌ଣିରେ ମରି ଭାସିଥିଲେ। ଏକାମାଣିଆ ଗାଁର ଗଣେଶ ଦାସଙ୍କ ୪୦ଟି, ଜଗନ୍ନାଥ ଦାସଙ୍କ ୧୭ଟି ଓ ପାଗଳା ବିଶ୍ବାଳଙ୍କର ୧୬ଟି ମଇଁଷିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସର୍ବାଧିକ କ୍ଷତି ସହିଥିବା ଗଣେଶଙ୍କ ୧୫ରୁ ଅଧିକ ମଇଁଷି କ୍ଷୀର ଦେଉଥିଲେ। ମଇଁଷିମାନଙ୍କର ମୃତହେହ ଉଦ୍ଧାର କରାଯାଇଛି। ତେବେ ଜଗନ୍ନାଥଙ୍କ ୩ଟି ଓ ପାଗଳାଙ୍କର ୧୨ଟି ମଇଁଷି ସୌଭାଗ୍ୟକ୍ରମେ ବଞ୍ଚିଯାଇଛନ୍ତି। ରାଜ୍ୟରେ ଏଭଳି ଅଘଟଣ ପ୍ରଥମଥର ଘଟିଥିବା କୁହାଯାଉଛି। 

ଅଭିଯୋଗ ଅନୁଯାୟୀ, ଗତକାଲି ଭଟ୍ଟା (ଛାଡ଼) ସମୟରେ ନଦୀରେ ବାଗଦା ଚିଙ୍ଗୁଡ଼ି ମାରିବା ପାଇଁ କେତେକ ଦୁର୍ବୃତ୍ତ ବିଷ ପକାଇଥିଲେ। ଜୁଆରରେ ଭାସି ଆସିଥିବା ଚିଙ୍ଗୁଡ଼ି ବିଷକ୍ରିୟାରେ ମରି କୂଳରେ ଲାଗିବା ପରେ ଏହାକୁ ସେମାନେ ଛାଣି ନେଇଥିଲେ। ଆଜି ସକାଳୁ ନଦୀରେ ପଶି ଏହି ବିଷାକ୍ତ ପାଣି ପିଇବା ପରେ ମଇଁଷିଗୁଡ଼ିକର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଏକାସଙ୍ଗେ ୭୩ ମଇଁଷିଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବା ତିନିଜଣ ଚାଷୀ କିପରି ପରିବାର ଚଳାଇବେ ବୋଲି କୋହଭରା କଣ୍ଠରେ ପ୍ରଶ୍ନ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe