କରୋନା ପାଇଁ ଆହୁରି କଠୋର ହେଲା ପୁଲିସ : ଅମାନିଆଙ୍କୁ ସାବାଡ କରିବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ମୁଡରେ କନ୍ଧମାଳ ଏସପି

Advertisment
କରୋନା ପାଇଁ ଆହୁରି କଠୋର ହେଲା ପୁଲିସ : ଅମାନିଆଙ୍କୁ ସାବାଡ କରିବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ମୁଡରେ କନ୍ଧମାଳ ଏସପି

ଫୁଲବାଣୀ :କରୋନା ପାଇଁ ଲକ୍ ଡାଉନ। ଲକ୍ ଡାଉନକୁ ସପ୍ତାହେ ହେଲା। ଲକ୍ ଡାଉନ ଆହୁରି ଅଛି ୨ ସପ୍ତାହ। କନ୍ଧମାଳରେ ଲକ୍ ଡାଉନକୁ ଲୋକମାନେ ମାନୁଛନ୍ତି। ପ୍ରାୟତଃ ୯୦ ପ୍ରତିଶତ ଲୋକ ଲକ୍ ଡାଉନକୁ ମାନି ଘରେ ରହୁଛନ୍ତି। ଜରୁରୀ କାମ ନ ପଡିଲେ ବାହାରକୁ ବାହାରୁ ନାହିଁ। ହେଲେ ମାତ୍ର ୧୦ ପ୍ରତିଶତ ଅମାନିଆ ଲକ୍ ଡାଉନକୁ ହାଲକା ଭାବେ ନେଉଛନ୍ତି। ଅମାନିଆଙ୍କୁ ସାବାଡ କରିବା ନିମନ୍ତେ ପୁଲିସ କଠୋର ପଦକ୍ଷେପ ନେବାକୁ ପଛାଉ ନାହିଁ। ବାଇକ ଜବତ କରିବା ସହ ଅମାନିଆଙ୍କୁ ନେଇ ଥାନାରେ ପୁରାଯାଉଛି। ୨-୩ ଦିନ ହେଲା ପୁଲିସର କଠୋର ପଦକ୍ଷେପ ପାଇଁ ବହୁ ଅମାନିଆ ସାବାଡ ହୋଇଛନ୍ତି। ଆଉ କାଁଭାଁ ଲୁଚିଛପି ବୁଲାବୁଲି କରୁଥିବା ବେଳେ ସେମାନଙ୍କୁ କାବୁ କରିବା ନିମନ୍ତେ ପୁଲିସ ଆପ୍ରାଣ ଉଦ୍ୟମ ଚଳାଇଛି।

ଲକ୍ ଡାଉନକୁ କଡାକଡି କରିବା,ଅମାନ୍ୟ କଲେ କଠୋର ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ପୁଲିସ ଆହୁରି କଠୋର ହୋଇ ପଡିଛି। ଆଜିଠାରୁ ଅଧିକ ଧରପଗଡ କରାଯାଇଛି। ପରିବା ହେଉ କି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସୁଥିବା ଲୋକଙ୍କ ବାଇକକୁ ପୁଲିସ ଜବତ କରିଛି। ଘରୁ ବାଇକ ବାହାର ନ କରିବାକୁ ଅନ୍ୟମାନଙ୍କୁ କୁହାଯାଇଛି। ପରିଚୟ ପତ୍ର ଦେଖାଇ କରୋନା ମୁକାବିଲାରେ ପ୍ରତିବନ୍ଧକ ନ ସାଜିବାକୁ ପୁଲିସ କହିଛି। ଏମିତି କି ଜରୁରୀ ସେବାକାରୀ ହୁଅନ୍ତୁ କି ପୁଲିସ ଓ ସାମ୍ବାଦିକ। ସମସ୍ତେ ଲକ୍ ଡାଉନ କଟକଣା ମାନିବାକୁ ପଡିବ। ଯଦି ଏଥିରେ କେହି ଅମାନ୍ୟ କରନ୍ତି ସେ ଯେ ହେଉନା କାହିଁକି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରତୀକ ଗୀତା ସିଂ କହିଛନ୍ତି। ଆଜି ସକାଳୁ ରାତି ଯାଏ ବିଭିନ୍ନ ଜାଗାକୁ ଏସପି ଯାଇ ଧରପଗଡ କରିଛନ୍ତି। ପରିବା ହେଉ କି ମାଛ ମାର୍କେଟ। ଏସପି ନିଜେ ଯାଇ ଦୋକାନୀ ଓ ଗ୍ରାହକଙ୍କୁ କରୋନା ସଚେତନ କଥା କହିବା ସହ ସତର୍କତା ନେଇ ଶୁଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe