ସମ୍ବଲପୁର: ଜଣେ ନାବାଳକ ସ୍କୁଟି ଚାଳକଙ୍କ ଉପରେ ଯାତ୍ରୀବାହୀ ବସ୍ ଚଢ଼ିଯିବାରୁ ଘଟିଥିବା ଦୁର୍ଘଟଣା ନେଇ ସମ୍ବଲପୁର ସହରରେ ଆଜି ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକଙ୍କ ବିରୋଧରେ ପୁଲିସ ଲାଠିଚାର୍ଜ କରିଛି। ପୁଲିସ ଗୋଡେଇ ଗୋଡେଇ ଲୋକଙ୍କୁ ମାଡ଼ ମାରିଛି।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଦିଶାନ ନାୟକ ନିଜର ମା’ ଅସୁସ୍ଥ ଥିବାରୁ ଦୋକାନକୁ ଔଷଧ ଆଣିବାକୁ ଯାଉଥିଲା। ଲକ୍ଷ୍ମୀ ଟକିଜ ଛକ ପାଖରେ ଏକ ପର୍ଯ୍ୟଟକଙ୍କ ବସ୍ଟି ସ୍କୁଟି ଚାଳକ ଛାତ୍ରକୁ ଧକ୍କା ଦେଇଥିଲା। ଫଳରେ ଛାତ୍ରର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ସମ୍ବଲପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ଲକ୍ଷ୍ମୀ ଟକିଜ ଛକରେ ଲୋକେ ରାସ୍ତାରେ ଧାରଣା ଦେଇଥିଲେ। ଲୋକଙ୍କ କହିବା ଅନୁସାରେ ଭିଡ଼ ଭିତରେ ଯାତ୍ରୀବାହୀ ବସ୍ ଯିବା ପାଇଁ ଅନୁମତି ନଥିଲା। କିନ୍ତୁ ନିୟମ ଉଲ୍ଲଂଘନ କରି ଆଗକୁ ବଢ଼ିଥିଲା। ଉତ୍ତେଜିତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ଚାର୍ଜ କରିଥିଲା।
Follow Us