ପୁଲିସ, ପ୍ରଶାସନ ଚୁପ୍‌ ଥିଲା: ଲୋକେ ଧରିଲେ କଳାପଥର ଚୋରି

Advertisment

ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଚୋରି ରୋକିବାକୁ ପୁଲିସ ପକ୍ଷରୁ ବର୍ତ୍ତମାନ ଧରପଗଡ଼ ଜାରି ରହିଛି। ତେବେ ରାଜ୍ୟର ସର୍ବାଧିକ କଳାପଥର ଚୋରି ହେଉଥିବା ଧର୍ମଶାଳା ଉପରେ ପୁଲିସ କିମ୍ବା ପ୍ରଶାସନର ନଜର ପଡ଼ିନଥିଲା।

Updated On

ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଚୋରି ରୋକିବାକୁ ପୁଲିସ ପକ୍ଷରୁ ବର୍ତ୍ତମାନ ଧରପଗଡ଼ ଜାରି ରହିଛି। ତେବେ ରାଜ୍ୟର ସର୍ବାଧିକ କଳାପଥର ଚୋରି ହେଉଥିବା ଧର୍ମଶାଳା ଉପରେ ପୁଲିସ କିମ୍ବା ପ୍ରଶାସନର ନଜର ପଡ଼ିନଥିଲା।

ଅଦ୍ୟତନ ହୋଇଛି
scscsxcxcd

ଯାଜପୁର/ଧର୍ମଶାଳା: ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଚୋରି ରୋକିବାକୁ ପୁଲିସ ପକ୍ଷରୁ ବର୍ତ୍ତମାନ ଧରପଗଡ଼ ଜାରି ରହିଛି। ତେବେ ରାଜ୍ୟର ସର୍ବାଧିକ କଳାପଥର ଚୋରି ହେଉଥିବା ଧର୍ମଶାଳା ଉପରେ ପୁଲିସ କିମ୍ବା ପ୍ରଶାସନର ନଜର ପଡ଼ିନଥିଲା। ଖଣି ବିଭାଗ, ପୁଲିସ, ପ୍ରଶାସନ ସୁରକ୍ଷାରେ ଧର୍ମଶାଳାରୁ କଳାପଥର ଚୋରି ହେଉଥିବା ଅଭିଯୋଗ ହେବା ପରେ ଲୋକମାନେ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିଲେ। ଏହି ବ୍ଲକ୍ ଅନ୍ତର୍ଗତ ଆରୁହା କଳାପଥର ଖାଦାନରେ ବେଆଇନ କଳାପଥର ଲୁଟ୍‌ ଚାଲିଥିବାବେଳେ ଆଜି ସ୍ଥାନୀୟ ଲୋକେ ଖାଦାନରେ ପହଞ୍ଚି ହୋହଲ୍ଲା କରିଥିଲେ। ଖାଦାନ ଖୋଳୁଥିବା ଲୋକଙ୍କୁ ଅନୁମତିପତ୍ର ଓ ଟ୍ରାନ୍‌ଜିଟ୍‌ ପାସ (ଟିପି) ମାଗିଥିଲେ। ମାତ୍ର ଖାଦାନ ଖୋଳୁଥିବା ଲୋକ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ପରିବେଶ ମଞ୍ଜୁରି ନଥିବା ଓ ଟିପି ନଥିବାବେଳେ କିଭଳି କଳାପଥର ଚାଲାଣ କରାଯାଉଛି ବୋଲି ପଚାରିବା 

ସହିତ ପଥର ଖୋଳୁଥିବା ଲୋକଙ୍କୁ ଘେରାଉ କରିଥିଲେ। ଏହାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ତେବେ ବେଆଇନ ଭାବେ କଳାପଥର ଉତ୍ତୋଳନ କରୁଥିବା ୧୭ଟି ମେସିନ ସ୍ଥାନୀୟ ଲୋକେ ଜବତ କରିବା ସହିତ କାମ ବନ୍ଦ କରିଥିଲେ। କଳାପଥର ବୋଝେଇ ହୋଇଥିବା ଦୁଇଟି ହାଇୱା ସମେତ ୭ଟି ଏସ୍କାଭେଟର୍‌, ୬ଟି କଂପ୍ରେସର କ୍ୟାମ୍ପର୍‌, ୩ଟି ଜେସିବି ଜବତ କରିଥିଲେ। ଏଥିସହିତ ଡିନାମାଇଟ୍‌ ବୋଝେଇ ଗାଡ଼ିକୁ ଅଟକ ରଖିଥିଲେ। ପଥର ଲୁଟ୍‌ କରୁଥିବା ଲୋକଙ୍କ ପାଖରେ ଥିବା ବିଭିନ୍ନ ପ୍ରକାର ବିସ୍ଫୋରକ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଥିଲା।

୧୭ ମେସିନ୍‌, ଡିନାମାଇଟ୍‌ ବୋଝେଇ ଗାଡ଼ି, ବିସ୍ଫୋରକ ଜବତ
ବ୍ୟାପକ ପୁଲିସ ମୁତୟନ, ମାଫିଆ-ଗ୍ରାମବାସୀ ମୁହାଁମୁହିଁ, ଉତ୍ତେଜନା

ଆରୁହା ଅଞ୍ଚଳରେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ଷବର୍ଷ ଧରି ପୁଲିସ, ପ୍ରଶାସନ ସୁରକ୍ଷାରେ ହେଉଥିବା ଲୁଟ୍‌କୁ ଆଜି ସ୍ଥାନୀୟ ଲୋକେ ଅଟକାଇବା ପରେ ଏବେ ଧର୍ମଶାଳାରେ କଳାପଥର ଲୁଟେରାଙ୍କ ଭିତରେ ଛନକା ପଶିଛି। ଗୋଟିଏ ଖଣିରୁ ଏତେ ପରିମାଣର ଲୁଟ୍‌ ପର୍ଦ୍ଦାଫାସ ହେବା ପରେ ଧର୍ମଶାଳାର ଅନ୍ୟ ଖାଦାନରେ କେତେ ଲୁଟ୍‌ ହେଉଥିବ ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି। ସନ୍ଧ୍ୟାରେ ଆରୁହା ଖାଦାନ ନିକଟରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ମାଫିଆ, ତାଙ୍କ ସମର୍ଥକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି।  

ପ୍ରକାଶଥାଉକି, ଯେଉଁ ଖାଦାନରୁ ଲୁଟ୍‌ ହେଉଥିଲା ସେହି ଖାଦାନକୁ ବନ୍ଦ ଘୋଷଣା କରାଯାଇଛି। ଇସି ବା ପରିବେଶ ମଞ୍ଜୁରି ନଥିବାରୁ ଏହାକୁ ଲଘୁ ଖଣିଜ ବିଭାଗ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଏକ ଖାଦାନ ଉପରେ ୪ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ ହୋଇ ନ ଥିବାରୁ ତାହା ମଧ୍ୟ ବନ୍ଦ ରହିଛି। ବନ୍ଦ ରହିଥିବା ଏହ‌ି ଦୁଇ ଖାଦାନରୁ କିନ୍ତୁ ଦିନ ଦିପହରରେ ପଥର ଲୁଟ୍‌ ହେଉଛି? ସାଧାରଣ ଲୋକେ ପଥର ଚୋରିକୁ ଅଟକାଉଥିବା ବେଳେ ଖଣି ବିଭାଗ, ପୁଲିସ ଓ ପ୍ରଶାସନ କାହିଁକି ଏ ଯାଏଁ ନିରବ ରହିଥିଲା ତାକୁ ନେଇ ସନ୍ଦେହ ଉପୁଜିଛି। ରାଜ୍ୟ ପୁଲିସ ବିଭାଗ ଧର୍ମଶାଳାର ପଥରଖାଦାନ ଉପରେ ନିୟମିତ ଚଢ଼ଉ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe