ଭୁବନେଶ୍ବର: ସଞ୍ଜ ନଇଁବା ପରେ ଗାଁରୁ ସହର ସବୁଠି ଫୁଟିଲାଣି ବାଣ । ସବୁଠି ଶୁଭିଲାଣି ଢୋ… ଢା । ଟୁଇନ ସିଟିରେ ଯଦିଓ ସଂଧ୍ଯା ୭ରୁ ୯ଟା ଯାଏଁ ବାଣ ଫୁଟାଇବା ଲାଗି ସମୟ ଧାର୍ଯ୍ୟ କରାଯାଇଛି ମାତ୍ର ଏବେଠାରୁ ବାଣ ଫୁଟେଇବା ଆରମ୍ଭ କରିଦେଲେଣି ଲୋକେ । କାଳୀପୂଜା ଅବସରରେ ବଡବଡୁଆଙ୍କୁ ଡାକିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ବାଣ ଫୁଟା ବି ଜୋରଦାର ହେଉଛି ।
ଆହୁରି ପଢନ୍ତୁ-
Crackers Blast: ଚାଇନା ବାଣ ଛିଣ୍ଡାଇଲା ଯୁବକଙ୍କ ହାତ ପାପୁଲି
ଆଉ ଏତିକି ବେଳେ ଅମାନିଆଙ୍କୁ ସାବଧାନ କରାଇବା ସହ ସମୟ ମନେପକାଇବାର ଆବଶ୍ୟକତା ରହିଛି । କାରଣ ଏଥର ରାତି ୯ଟା ପରେ ବାଣ ଫୁଟାଇଲେ ବାନ୍ଧିବ ପୋଲିସ । ଗଳିକନ୍ଦି ପଇଁତରା ମାରି କାର୍ଯ୍ଯାନୁଷ୍ଠାନ ନେବ ପୋଲିସ । କମିସନରେଟ୍ ପୁଲିସ୍ ଟୁଇନ୍ ସିଟିରେ ବାଣ ଫୁଟାଇବାକୁ ନେଇ ସମୟ ଧାର୍ଯ୍ୟ କରିଛି । ଆଜି ପାଇଁ ସନ୍ଧ୍ୟା ୭ରୁ ୯ଟା ପର୍ଯ୍ୟନ୍ତ କେବଳ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ନିୟମ ଧାର୍ଯ୍ୟ କରାଯାଇଛି । ନିୟମକୁ ନ ମାନିଲେ କମିସନରେଟ୍ ପୁଲିସ୍ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।