ମାଲକାନଗିରି: ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ

Advertisment
ମାଲକାନଗିରି: ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି: ମାଥିଲି ବ୍ଲକର ଦୁର୍ଗମ ତୁଳସୀ ପାହାଡ ନିକଟରେ ରହିଥିବା କେରମିଟି ଏବଂ ଚନ୍ଦାମେଟା ମଧ୍ୟରେ ଥିବା ଜଂଗଲରେ ମାଲକନଗିରି ଏସଓଜି ଏବଂ ଡିଭିଏଫ ସହ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି। ମାଲକାନଗିରି ଏସପି ପ୍ରହ୍ଲାଦ ସହାୟ ମୀନାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ନକ୍ସଲ ସହ ଯବାନ ମୁହାଁମୁହିଁ ହୋଇଛନ୍ତି। ଦୀର୍ଘ ସମୟ ଧରି ଗୁଳିବିନିମୟ ଚାଲିଛି। ଯବାନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ପୁଲିସ ତୁଳସୀ ପାହାଡରେ ଚଢ଼ଉ କରିଥିଲା।

ପ୍ରକାଶ ଥାଉକି ଏହି ତୁଳସୀ ପାହାଡ ନକ୍ସଲଙ୍କର ଗଡ ଅଟେ।ତେବେ ଯବାନ କୁମ୍ବିଂକୁ ବାହାରିଥିବା ବେଳେ ନକ୍ସଲ ଅତର୍କିତ ଗୁଳି ଚଳାିଥିଲେ।ଯବାନ ମଧ୍ୟ ପାଲଟା ଜବାବ ଦେଉଛନ୍ତି। ଖବର ଲେଖାଯିବା ବେଳକୁ ଗୁଳିବିନିମୟ ଜୋରଦାର ଚାଲିଥିଲା। ଦୁଇ ପକ୍ଷରୁ କୌଣସି ମୃତାହତର ଖବର ମିଳି ନାହିଁ। ଗୁଳିବିନିମୟ ସରିବା ପରେ ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରିବା ପରେ ହିଁ କାହାର କଣ କ୍ଷତି ହୋଇଛି ଜଣାପଡିବ ବୋଲି କୁହାଯାଇଛି।

ଗତ କିଛି ଦିନ ହେଲା ମାଲକାନଗିରି ପୁଲିସ ନକ୍ସଲ ଉପରେ ଚଢ଼ଉ କରିଚାଲିଛି। ନକ୍ସଲଙ୍କ ନିଦ ହଜାଇ ଦେଇଛନ୍ତି ଯବାନ। ଗତ କିଛି ଦିନ ତଳେ କୋରାପୁଟ ଜିଲ୍ଲାର ବୈପାରିଗୁଡା ସୀମାରେ କ୍ୟାମ୍ପ କରି ନକ୍ସଲ ରହିଥିବା ପୁଲିସ ଖବର ପାଇବା ପରେ ଚଢାଉ କରିଥିଲା। ତେବେ ଏହି ଚଢାଉରେ ପ୍ଲାଟୁନ କମାଣ୍ଡର ରାକେଶ ଅଳ୍ପକେ ବର୍ତ୍ତିଯାଇଥିଲା। ଜିଲ୍ଲାକୁ ନକ୍ସଲ ମୁକ୍ତ କରିବା ପାଇଁ ପୁଲିସ ସହ ବିଏସଏଫ ମଧ୍ୟ ଅଣ୍ଟାଭିଡି ବାହାରିଛି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଏବଂ ମାଥିଲି ବ୍ଲକର ଦୁର୍ଗମ ତୁଳସୀ ପାହାଡ ଅଂଚଳରେ ନକ୍ସଲଙ୍କ ଗତିବିଧି ବେଶି ରହିଥିବାରୁ ପୁଲିସ ଏହି ଦୁଇ ସ୍ଥାନରେ ଘନ ଘନ ଚଢ଼ଉ କରୁଛି। ତେବେ ଏହି ଗୁଳିବିନିମୟରେ କାହାର କ୍ଷତି ହୋଇଛି ପରେ ଜଣାପଡିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe