ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଆଜି ସକାଳୁ ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଦୁଇ ପକ୍ଷରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଅରଛା ଥାନା ଅଂଚଳରୁ ଡିଆରଜି, ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ ପାଇଁ ଗୁଦାଡି ଜଂଗଲରେ ପଶିଥିଲେ। ତେବେ ନକ୍ସଲ ଯବାନଙ୍କୁ ଦେଖି ପ୍ରଥମେ ବୋମା ବିସ୍ଫୋରଣ କରିଥିବା ବେଳେ ପରେ ଅତର୍କିତ ଗୁଳି ଚଳାଇଥିଲେ।ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ପୁଲିସ ଓ ନକ୍ସଲ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।ଘଟଣାସ୍ଥଳରୁ ଯବାନ ବିସ୍ଫୋରକ ସହ ବିଦ୍ୟୁତ ତାର ଇତ୍ୟାଦି ଜବତ କରିଛି। ନକ୍ସଲ ଯବାନଙ୍କୁ ଆମ୍ବୁସରେ ଫସାଇ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଫଳ ହୋଇଥିଲେ ବୋଲି ପୁଲିସ କହିଛି।
ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ: ମାଓ ସାମଗ୍ରୀ ଜବତ
Advertisment
Follow Us