କ୍ରିକେଟ୍‌ ଖେଳ ଦେଖିବା ବେଳେ ସୋରରେ ପୁଲିସ-ଜନତା ଧସ୍ତାଧସ୍ତି: ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଥାନା ଘେରାଉ

Advertisment

ରବିବାର ରାତି ଭାରତ- ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିଲା ବେଳେ ସୋରରେ ପୁଲିସ- ଜନତା ଧସ୍ତାଧସ୍ତି ହୋଇଛନ୍ତି। ପୁଲିସ ମାଡ଼ରେ ଜଣେ ଗୁରୁତର ହୋଇଥିବା ବେ‌ଳେ ଆଜି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ରବିବାର ରାତି ଭାରତ- ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିଲା ବେଳେ ସୋରରେ ପୁଲିସ- ଜନତା ଧସ୍ତାଧସ୍ତି ହୋଇଛନ୍ତି। ପୁଲିସ ମାଡ଼ରେ ଜଣେ ଗୁରୁତର ହୋଇଥିବା ବେ‌ଳେ ଆଜି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

fdsshffhshfshf

ସୋର: ରବିବାର ରାତି ଭାରତ- ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିଲା ବେଳେ ସୋରରେ ପୁଲିସ- ଜନତା ଧସ୍ତାଧସ୍ତି ହୋଇଛନ୍ତି। ପୁଲିସ ମାଡ଼ରେ ଜଣେ ଗୁରୁତର ହୋଇଥିବା ବେ‌ଳେ ଆଜି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଲୋକେ ଆଜି ଥାନା ଘେରାଉ କରିଛନ୍ତି। 

ସୂଚନା ଅନୁସାରେ ଗତକାଲି ରାତି ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍‌ ଫାଇନାଲ୍‌ ମ୍ୟାଚ୍‌ ଚାଲିଥିଲା। ସୋର ପୌରାଞ୍ଚଳ କୋର୍ଟଛକ ନିକଟରେ କିଛି ଯୁବକ ଏଲ୍‌ଇଡି ଲଗାଇ ମ୍ୟାଚ୍‌ ଦେଖୁଥିଲେ। ଏହି ସମୟରେ ସୋର ପୁଲିସ ଓ ଜନତାଙ୍କ ମଧ୍ୟରେ ବଚସା ହୋଇଥିଲା। ଏମିତି କି ଉଭୟପକ୍ଷ ମଧ୍ୟରେ  ଧସ୍ତାଧସ୍ତି ହୋଇଥିଲା। ପୁଲିସ ଖଣ୍ଡାସହି ଗ୍ରାମର କଟି ମଳିକଙ୍କୁ ମାଡ଼ମାରି, ଘୋଷରି ଘୋଷାରି ଥାନାକୁ ନେଇଯାଇଥିଲା। ଥାନା‌ରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ସୋର ଏବଂ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ପୁଲିସ ରାତିରେ ହିଁ ଚଢ଼ଉ କରି ଅନ୍ୟ ୪ ଜଣଙ୍କୁ ଥାନାକୁ ଉଠାଇ ନେଇଥିଲା। ଏହି ସମୟରେ ପୁଲିସ ବାବୁମାନେ କୁଆଡ଼େ ସଂପୃକ୍ତ ଲୋକଙ୍କ ଘରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

୪ କୋର୍ଟ ଚାଲାଣ, ଜଣେ ଡାକ୍ତରଖାନାରେ ଭର୍ତ୍ତି

ଆଜି ପୁଲିସ କେସ୍‌ ନମ୍ବର ୭୯୧/୨୫ରେ ଏକ ମାମଲା ରୁଜୁ କରି ଅଟକ ଥିବା ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା। ଯାହାକୁ ନେଇ ଉତ୍ତେଜନା ବଢ଼ିଥିଲା। ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ସ୍ଥାନୀୟ ଶତାଧିକ ମହିଳା ଓ ପୁରୁଷ ସୋର ଥାନା ଘେରାଉ କରିଥିଲେ। ପୁଲିସ ଫୋର୍ସ ଲଗାଇ ସମସ୍ତଙ୍କୁ ଥାନା ପରିସରରୁ ବାହାର କରିବା ସହ ଫାଟକରେ ତାଲା ପକାଇ ଦେଇଥିଲା। ଖବର ପାଇ ବିଧାୟକ ମାଧବ ଧଡ଼ାଙ୍କ ସହ ପାରିଷଦ ରଞ୍ଜନ ଦାସ, ପୂର୍ବତନ ପୌରାଧ୍ୟକ୍ଷ ବଙ୍କେଶ ବେହେରା, ଲୋକନାଥ ରାଉତ ପ୍ରମୁଖ ପହଞ୍ଚି ବୁଝାସୁଝା କରିଥିଲେ। ଫଳରେ ସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପୁଲିସ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe