ପୁଲିସ୍‌ ଓ ଆର୍‌ଟିଓର ଯାଞ୍ଚ କଡ଼ାକଡ଼ି: ୧୫ ଗାଡ଼ି ଜବତ, ୧୨ ମଦ୍ୟପ ଚାଳକ ଗିରଫ

Advertisment
ପୁଲିସ୍‌ ଓ ଆର୍‌ଟିଓର ଯାଞ୍ଚ କଡ଼ାକଡ଼ି: ୧୫ ଗାଡ଼ି ଜବତ, ୧୨ ମଦ୍ୟପ ଚାଳକ ଗିରଫ

ସୋନପୁର: ରାଜ୍ୟ ପରିବହନ ବିଭାଗ କମିସନରଙ୍କ ନିର୍ଦ୍ଦେଶକ୍ରମେ ସୁବର୍ଣ୍ଣପୁର ଜିଲ୍ଲାରେ ଗାଡ଼ି ମଟର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଶୁକ୍ରବାର ରାତିରେ ପୁଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ୧୫ଟି ଗାଡ଼ି ଜବତ କରାଯିବା ସହ ୧୨ ଜଣ ମଦ୍ୟପ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି।

୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେହିପରି ଚଳିତ ମାସ ପ୍ରଥମ ସପ୍ତାହରୁ ଦୁଇଚକିଆ ଯାନ ଚଳାଉଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିରେ ବ୍ୟତିକ୍ରମ ହେଲେ ଚାଳକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe