ଦୁର୍ଦ୍ଦାନ୍ତ ନକ୍ସଲ ‘ହିଡ଼ମା’କୁ ଧରିଲା ପୁଲିସ: ପେଟିଗୁଡ଼ା ଜଙ୍ଗଲରେ ଲୁଚିଥିଲା

Advertisment

ଶେଷ ହେଲା ପୁଲିସ ସହ ଲୁଚକାଳି। ଗିରଫ ହୋଇଛି ଦୁର୍ଦ୍ଦାନ୍ତ ନକ୍ସଲ କୁଞ୍ଜମ ହିଡ଼ମା ଓରଫ ମୋହନ। ଗୁରୁବାର କୋରାପୁଟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରୋହିତ ବର୍ମା ଏହି ସୂଚନା ଦେଇଛନ୍ତି।

ଶେଷ ହେଲା ପୁଲିସ ସହ ଲୁଚକାଳି। ଗିରଫ ହୋଇଛି ଦୁର୍ଦ୍ଦାନ୍ତ ନକ୍ସଲ କୁଞ୍ଜମ ହିଡ଼ମା ଓରଫ ମୋହନ। ଗୁରୁବାର କୋରାପୁଟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରୋହିତ ବର୍ମା ଏହି ସୂଚନା ଦେଇଛନ୍ତି।

dfdfcvcvcv

କୋରାପୁଟ: ଶେଷ ହେଲା ପୁଲିସ ସହ ଲୁଚକାଳି। ଗିରଫ ହୋଇଛି ଦୁର୍ଦ୍ଦାନ୍ତ ନକ୍ସଲ କୁଞ୍ଜମ ହିଡ଼ମା ଓରଫ ମୋହନ। ଗୁରୁବାର କୋରାପୁଟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରୋହିତ ବର୍ମା ଏହି ସୂଚନା ଦେଇଛନ୍ତି। ହିଡ଼ମା ଛତିଶଗଡ଼ର ମୂଳବାସିନ୍ଦା ହୋଇଥିଲା ବେଳେ କିଛି ଦିନ ହେଲା କୋରାପୁଟ ବୈପାରିଗୁଡ଼ା ବ୍ଲକ୍‌ ପେଟିଗୁଡ଼ା ଜଙ୍ଗଲରେ ଲୁଚିଥିଲା। ଛତିଶଗଡ଼ରେ ମାଓ ବିରୋଧୀ ଅପରେସନ୍‌ ଜୋରଦାର ହେବା ପରେ କିଛି ସାଥୀଙ୍କ ସହ ଓଡ଼ିଶା ଚାଲି ଆସିଥିଲା ହିଡ଼ମା। ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ଜୟପୁର ଏସ୍‌ଡିପିଓ ପାର୍ଥ କଶ୍ୟପ ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଦିବ୍ୟପ୍ରସାଦ ପରିଡ଼ାଙ୍କ ନେତୃତ୍ବରେ ଡିଭିଏଫ୍‌ ଯବାନ ତୁରନ୍ତ ଅପରେସନ୍‌ ଆରମ୍ଭ କରିଥିଲେ। ପେଟିଗୁଡ଼ା ନିକଟସ୍ଥ ଜଙ୍ଗଲରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ।

ପେଟିଗୁଡ଼ା ଜଙ୍ଗଲରେ ଲୁଚିଥିଲା
ଏକେ-୪୭ ସହ ବିପୁଳ ବିସ୍ଫୋରକ ଜବତ
ଓଡ଼ିଶାର ୭ ମାମଲାରେ ଜଡ଼ିତ

ଆତ୍ମସମର୍ପଣ ପାଇଁ ଯବାନ ସମୟ ଦେବା ସହ ବାରମ୍ବାର ଅପିଲ୍‌ କରିଥିଲେ। କିନ୍ତୁ ନକ୍ସଲ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପାଲଟା ଜବାବ ଦିଆଯିବାରୁ ହିଡ଼ମା ଓ ତାର ୩ ସହଯୋଗୀ ଆନ୍ଧ୍ରକୁ ଚାଲିଯିବା ପାଇଁ ଉଦ୍ୟମ କରିଥିଲେ। ଯବାନ ପିଛା କରି ହିଡ଼ମାକୁ କାବୁ କରିଥିଲେ। ତା’ ପାଖରୁ ଗୋଟିଏ ଏକେ-୪୭ ସ୍ବୟଂଚାଳିତ ରାଇଫଲ୍‌, ୩୫ ରାଉଣ୍ଡ ଗୁଳି, ମାଗାଜିନ୍‌, ୨୭ଟି ଡିଟୋନେଟର, ଦୁଇଟି ରେଡିଓ, ବିସ୍ଫୋ‌ରକ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି। ୨୦୦୭ ମସିହାରେ ମାତ୍ର ୧୪ ବର୍ଷ ବୟସରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲା ହିଡ଼ମା। ତା’ ନାଁରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାରେ ୪ଟି ଓ ମାଲକାନଗିରି ଜିଲ୍ଲା ମାଥିଲି ଥାନାରେ ୩ଟି ମାମଲା ରହିଛି। ଛତିଶଗଡ଼ରେ ମଧ୍ୟ ବହୁ ହିଂସାରେ ସେ ସଂପୃକ୍ତ ବୋଲି ଏସ୍‌ପି କହିଛନ୍ତି। ସଂଗଠନର ବାଲ୍‌ ସଂଘମରୁ ନକ୍ସଲ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ସେ ଜେଏନ୍‌ଏମ୍‌ ସାଂସ୍କୃତିକ ଦଳରେ ସାମିଲ ହୋଇଥିଲା। ୨୦୧୩ରୁ ୨୦୧୫ ମଧ୍ୟରେ ଏଲ୍‌ଓଏସ୍‌ ସଭ୍ୟ ଭାବେ ଗରିଲା ଯୁଦ୍ଧ ତାଲିମ ନେଇଥିଲା। ୨୦୧୯ ମସିହାରେ ଏସିଏମ୍ ଭାବେ ପଦୋନ୍ନତି ପାଇବା‌ ସହ ୨୦୧୯ରୁ ୨୦୨୫ ପର୍ଯ୍ୟନ୍ତ କ୍ୟାଡର୍‌ ନକ୍ସଲ ଭାବେ ସଂଗଠନରେ ବଡ଼ ଦାୟିତ୍ବ ନେଇଥିଲା। ତା’ମୁଣ୍ଡ ଉପରେ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe