ପୀଡ଼ିତା ନାବାଳିକାର ସନ୍ତାନ ପ୍ରସବ ଘଟଣା, ପାର୍ଲର ମାଲିକାଣୀଙ୍କୁ ଉଠାଇନେଲା ପୁଲିସ

ପୀଡ଼ିତା ନାବାଳିକାର ସନ୍ତାନ ପ୍ରସବ ଘଟଣା, ପାର୍ଲର ମାଲିକାଣୀଙ୍କୁ ଉଠାଇନେଲା ପୁଲିସ

Image Source: Daily Hunt

ବ୍ୟାସନଗର/ ଯାଜପୁରସଦର: କାମ ଦେବା ବାହାନାରେ ଆଣି ଜଣେ ନାବାଳିକାକୁ ଦେହ ବ୍ୟବସାୟରେ ଲଗାଇଥିବା ପାର୍ଲର ମାଲିକାଣୀ ତଥା ରାଣୀ ମହୁମାଛିକୁ ଉଠାଇ ନେଇଛି ଯାଜପୁର ରୋଡ ପୁଲିସ। ପୁଲିସ ସଂପୃକ୍ତ ମହିଳାଙ୍କୁ ନେଇ ମାରାଥନ୍‌ ଜେରା କରୁଛି। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା  ନିଜର ନବଜାତ ଶିଶୁକନ୍ୟାକୁ ଧରି ଯାଜପୁର ରୋଡ ପୁଲିସ ନିକଟରେ ହାଜର ହୋଇଥିଲେ। କେଉଁ ପରିସ୍ଥିତିରେ ତାଙ୍କୁ ଜୋରଜବରଦସ୍ତ ଦେହ ବ୍ୟବସାୟରେ ଲିପ୍ତ କରାଯାଇଥିଲା, ସେ ସଂପର୍କରେ ପୁଲିସକୁ ଜଣାଇଥିଲେ। ବ୍ୟାସନଗର ଅଞ୍ଚଳର ଜଣେ ପାର୍ଲର ମାଲିକାଣୀ ତାଙ୍କୁ ଏହି କାର୍ଯ୍ୟରେ ଲଗାଇ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଆୟ କରୁଥିଲେ। ଅନ୍ୟ ଯୁବତୀମାନଙ୍କୁ ମଧ୍ୟ ସେ ଏହି କାରବାରରେ ନିୟୋଜିତ କରୁଥିଲେ। ପୁଲିସ ସଂପୃକ୍ତ ପୀଡ଼ିତାଙ୍କୁ ସଖୀ କେନ୍ଦ୍ରରେ ରଖି ତଦନ୍ତ ଆରମ୍ଭ କରିଥିଲା।

ଏହି ଘଟଣା ସଂପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପରେ ପୁଲିସ ଅଧିକ ତତ୍ପର ହୋଇ ପଡ଼ିଥିଲା। ଆଜି ସକାଳୁ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରି ରାଣୀ ମହୁମାଛି ତଥା ସଂପୃକ୍ତ ପାର୍ଲର ମାଲିକାଣୀଙ୍କୁ ତାଙ୍କ ଭଡ଼ାଘରୁ ଉଠାଇ ନେଇଛି। ଏଭଳି ବହୁ ଯୁବତୀକୁ ଚାକିରି ପ୍ରଲୋଭନ ଦେଖାଇ ମହିଳା ଜଣକ ଦେହ ବେପାରରେ ନିୟୋଜିତ କରି ଆସୁଥିଲେ ବୋଲି ସୂଚନା ମିଳିଛି। ଅଟକ ପାର୍ଲର ମାଲିକାଣୀଙ୍କୁ ପୁଲିସ ମାରାଥନ୍‌ ଜେରା କରୁଛି। ଏହି କାର୍ଯ୍ୟରେ କେଉଁମାନେ ସଂପୃକ୍ତ ସେ ସଂପର୍କରେ ଅଧିକ ତଥ୍ୟ ଯୋଗାଡ଼ କରିବାରେ ଲାଗିଛି। ଅନ୍ୟପକ୍ଷରେ, ଯାଜପୁର ରୋଡ ଏସ୍‌ଡିପିଓ  ଚିନ୍ମୟ କୁମାର ନାୟକ ପୀଡ଼ିତା ନାବାଳିକାର ବୟାନ ରେକର୍ଡ କରି ଫେରିଛନ୍ତି। ପାର୍ଲର ମାଲିକାଣୀଙ୍କ ପାଖରେ ଥିବା ଆଉ ଜଣେ ଯୁବତୀ ମଧ୍ୟ ସନ୍ତାନ ପ୍ରସବ କରିଥିଲେ। ସପ୍ତାହକ ପୂର୍ବରୁ ସେ ଚାଲିଯାଇଥିଲେ ବୋଲି ପୀଡ଼ିତା ଜଣକ କହିଛନ୍ତି। ଏସ୍‌ଡିପିଓ କହିଛନ୍ତି ଯେ ତଦନ୍ତ ଚାଲିଛି ଏବଂ ମାମଲା ରୁଜୁ ହୋଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe