ଠକ ଦମ୍ପତିଙ୍କୁ ବାନ୍ଧିଲା ପୁଲିସ: ସରକାରୀ ଚାକିରି ଆଳରେ ଲକ୍ଷାଧିକ ଟଙ୍କା ଲୁଟିଥିଲେ

Advertisment

କୋର୍ଟରେ ସରକାରୀ ଚାକିରି। କିରାଣିଠାରୁ ଆରମ୍ଭ କରି ଷ୍ଟେନୋଗ୍ରାଫର୍‌, ଜୁନିୟର ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ସେକ୍ରେଟାରି ଭଳି ବଡ଼ ବଡ଼ ପଦବିରେ ଚାକିରି ମାତ୍ର ୨ ଲକ୍ଷ ଟଙ୍କାରେ ଦେଉଥିଲେ। ଏଭଳି ଏକ ଠକ ଦମ୍ପତିଙ୍କୁ ଶନିବାର ଗିରଫ କରିଛି ରାଉରକେଲା ଉଦିତନଗର ପୁଲିସ।

କୋର୍ଟରେ ସରକାରୀ ଚାକିରି। କିରାଣିଠାରୁ ଆରମ୍ଭ କରି ଷ୍ଟେନୋଗ୍ରାଫର୍‌, ଜୁନିୟର ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ସେକ୍ରେଟାରି ଭଳି ବଡ଼ ବଡ଼ ପଦବିରେ ଚାକିରି ମାତ୍ର ୨ ଲକ୍ଷ ଟଙ୍କାରେ ଦେଉଥିଲେ। ଏଭଳି ଏକ ଠକ ଦମ୍ପତିଙ୍କୁ ଶନିବାର ଗିରଫ କରିଛି ରାଉରକେଲା ଉଦିତନଗର ପୁଲିସ।

ddggdgd

ରାଉରକେଲା: କୋର୍ଟରେ ସରକାରୀ ଚାକିରି। କିରାଣିଠାରୁ ଆରମ୍ଭ କରି ଷ୍ଟେନୋଗ୍ରାଫର୍‌, ଜୁନିୟର ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ସେକ୍ରେଟାରି ଭଳି ବଡ଼ ବଡ଼ ପଦବିରେ ଚାକିରି ମାତ୍ର ୨ ଲକ୍ଷ ଟଙ୍କାରେ ଦେଉଥିଲେ। ଏଭଳି ଏକ ଠକ ଦମ୍ପତିଙ୍କୁ ଶନିବାର ଗିରଫ କରିଛି ରାଉରକେଲା ଉଦିତନଗର ପୁଲିସ। ଅଭିଯୁକ୍ତମାନେ ହେଲେ ପ୍ଲାଣ୍ଟସାଇଟ୍‌ ଥାନା ଟିମ୍ବର କଲୋନିର ସଂଗ୍ରାମ ସାହୁ (୩୧) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ତନ୍ତୀ (୨୮)। ଏ ଦୁହେଁ ନିରୀହ ଯୁବକଯୁବତୀଙ୍କୁ ଚାକିରି ଦେବା ଆଳରେ ଠକୁଥିଲେ। ଏମିତିକି ନକଲି ନିଯୁକ୍ତିପତ୍ର ଏବଂ ଆଇଡି କାର୍ଡ ମଧ୍ୟ ଦେଉଥିଲେ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଉଦିତନଗର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ପୁଲିସ ଜିଲ୍ଲା ଜୋନ୍‌-୨ ଡିଏସ୍‌ପି ନିର୍ମଳ ମହାପାତ୍ର ଏବଂ ଥାନା ଅଧିକାରୀ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି।

ରାଉରକେଲାର ବଣ୍ଟି ଆଉ ବବ୍‌ଲି ଓରଫ ସଂଗ୍ରାମ ସାହୁ ଏବଂ ଲକ୍ଷ୍ମୀ ତନ୍ତୀ ଅନେକ ଦିନରୁ ସରକାରୀ ଚାକିରି ଦେବା ଆଳରେ ଯୁବକଯୁବତୀଙ୍କ ଫସାଉଥିଲେ। ମୁଖ୍ୟତଃ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ, କୁତ୍ରା, ରାଜଗାଙ୍ଗପୁର ଏବଂ ହେମଗିର ଅଞ୍ଚଳର ପିଲାଙ୍କୁ ଟାର୍ଗେଟ୍‌ କରୁଥିଲେ। ରାଉରକେଲା ଏବଂ ସୁନ୍ଦରଗଡ଼ କୋର୍ଟରେ ବିଭିନ୍ନ ପଦବିରେ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷଲକ୍ଷ ଟଙ୍କା ଲୁଟୁଥିଲେ। ପ୍ରାୟ ୧୫ରୁ ୧୬ ଜଣ ଯୁବକଯୁବତୀଙ୍କଠାରୁ ଏମାନେ ପ୍ରାୟ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ଟ୍ରେନିଂ ଓ ନିଯୁକ୍ତିପତ୍ର ଦେବା ପୂର୍ବରୁ ୫୦ ହଜାରରୁ ଆରମ୍ଭ କରି ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରିମ ନେଉଥିଲେ ଏହି ଠକ ଦମ୍ପତି। ଏ ନେଇ ଶୁକ୍ରବାର ଉଦିତନଗର ଥାନାରେ ୩ଟି ମାମଲା ରୁଜୁ ହେବା ପରେ ପୁଲିସ ତନାଘନା ଆରମ୍ଭ କରି ଉଭୟଙ୍କୁ ଗିରଫ କରିଛି। ସଂଗ୍ରାମ ଏବଂ ଲକ୍ଷ୍ମୀ ବ୍ୟବହାର କରୁଥିବା ଏକ ୱାଗ୍‌ନର କାର୍‌ (ଓଡି୧୯-୬୫୮୧), ୨ଟି ମୋବାଇଲ୍‌, ୧୫ଟି ନକଲି ନିଯୁକ୍ତିପତ୍ର, ୧୦ଟି ନକଲି ଆଇଡି କାର୍ଡ ଜବତ କରାଯିବା ସହ ୨ଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରାଯାଇଛି। ତେବେ ବ୍ୟାଙ୍କ ଆକାଉଣ୍ଟରୁ କେତେ ଟଙ୍କା ନେଣଦେଣ ହୋଇଛି ତାହା ସୋମବାର ବ୍ୟାଙ୍କ ଖୋଲିଲେ ଜଣାପଡ଼ିବ ବୋଲି ଡିଏସ୍‌ପି ସୂଚନା ଦେଇଛନ୍ତି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ସଂପର୍କରେ ଖୋଳତାଡ଼ ଚଳାଇଛି ପୁଲିସ। ଯଦି କୌଣସି ବ୍ୟକ୍ତି ଏଭଳି ଚାକିରି ପ୍ରଲୋଭନ ଦେଖାନ୍ତି, ତାହା ହେଲେ ଟଙ୍କା ଦେବା ପୂର୍ବରୁ ପୁଲିସକୁ ଜଣାଇବା ଲାଗି ଡିଏସ୍‌ପି ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଲକ୍ଷ୍ମୀ ତନ୍ତୀଙ୍କ ନାମରେ ପୂର୍ବରୁ ମଧ୍ୟ ଏହିଭଳି ଠକାମି ମାମଲା ରହିଛି। ସେ ୨୦୨୩ ମସିହା ମାର୍ଚ୍ଚ ମାସରେ ଜଣେ ମହିଳାଙ୍କଠାରୁ ୩୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଏ ନେଇ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା। ତେବେ ଜାମିନରେ ଆସିବା ପରେ ସେ ଆଉ ତାଙ୍କ ସ୍ବାମୀ ମିଶି ଆଉ ୨୦ ଲକ୍ଷ ଟଙ୍କା ଠକି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe