ରୋଗାଗ୍ରସ୍ତ ମମତାଙ୍କୁ ପୁଲିସ ଗିରଫ କରିଛି: ନକ୍ସଲ

ମାଲକାନଗିରି ଜିଲ୍ଲା ସମେତ ତେଲେଙ୍ଗାନା ଏବଂ ଛତିଶଗଡ଼ର ସୀମାବର୍ତ୍ତୀ ଦୁର୍ଗମ ଅଂଚଳରେ ନକ୍ସଲ ପିଏଲଜିଏ ସପ୍ତାହ ପାଳନ ନେଇ ବ୍ୟାନର ଓ ପୋଷ୍ଟର ମାରିଛନ୍ତି। ବ୍ୟାନର ପୋଷ୍ଟର ଦେଖି ଲୋକେ ଭୟଭୀତ ହେବା ସହ ପୁଣି ନକ୍ସଲ ଏହି ସପ୍ତାହରେ ହିଂସା ଘଟାଇ ପାରନ୍ତି ବୋଲି ଆଶଂକା କରାଯାଉଛି।

Naxal operation

ମାଲକାନଗିରି: ମାଲକାନଗିରି ଜିଲ୍ଲା ସମେତ ତେଲେଙ୍ଗାନା ଏବଂ ଛତିଶଗଡ଼ର ସୀମାବର୍ତ୍ତୀ ଦୁର୍ଗମ ଅଂଚଳରେ ନକ୍ସଲ ପିଏଲଜିଏ ସପ୍ତାହ ପାଳନ ନେଇ ବ୍ୟାନର ଓ ପୋଷ୍ଟର ମାରିଛନ୍ତି। ବ୍ୟାନର ପୋଷ୍ଟର ଦେଖି ଲୋକେ ଭୟଭୀତ ହେବା ସହ ପୁଣି ନକ୍ସଲ ଏହି ସପ୍ତାହରେ ହିଂସା ଘଟାଇ ପାରନ୍ତି ବୋଲି ଆଶଂକା କରାଯାଉଛି। ତେଣୁ ତିନି ରାଜ୍ୟ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଅପରେସନକୁ ଜୋରଦାର କରାଯାଉଛି।

ତିନି ରାଜ୍ୟର ଯବାନ କମ୍ବିଂ ଅପରେସନ ଜୋରଦାର କରୁଥିବା ବେଳେ ନକ୍ସଲ ଏଥର ଆଉ ପିଏଲଜିଏ ସପ୍ତାହ ପାଳନ କରିପାରିବେ ନାହିଁ ବୋଲି ପୁଲିସ ଯୁକ୍ତି ବାଢିଛି। ଅନ୍ୟଦିଗରେ ଦକ୍ଷିଣ ବସ୍ତର ଡିଭିଜନ ତରଫରୁ ପ୍ରେସ ବିଜ୍ଞପ୍ତିରେ ସୁଖଦେବ କୋଡ ପ୍ରକାଶ କରିଛନ୍ତି ଯେ ନକ୍ସଲ ସଂଗଠନରେ ଆଗଧାଡିର ମାଓନେତ୍ରୀ ମମତା ରୋଗାଗ୍ରସ୍ତ ଥିବା ବେଳେ ତାଂକୁ ପୁଲିସ ଗିରଫ କରି ଲୁଚାଇଛି। ମାଓ ସଂଗଠନର ଡିବିସିଏମ ସଦସ୍ୟ ବାବେ ମମତା କାମ କରୁଛନ୍ତି। ସେ କାଂକେର ଜିଲ୍ଲାର ସୀତାରାମ ଗାଁରେ ଏକ ଘରେ ନିଜର ଚିକିତ୍ସା କରାଉଥିଲେ।

ମମତାଙ୍କୁ ତୁରନ୍ତ କୋର୍ଟରେ ହାଜର କରାଯାଉ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଛି। ପୁଲିସ ଅପରେସନ କଗାର ନାମରେ ଗାଁ ଠାରୁ ଆରମ୍ଭ କରି ସବୁ ସ୍ଥାନରେ କ୍ୟାମ୍ପ ପ୍ରତିଷ୍ଠା କରିବା ସହ ଲୋକଙ୍କୁ ନିର୍ଯାତନା ଦେଉଛି।

ଏହି ଖବର ପୁଲିସ ନିକଟରେ ପହଞ୍ଚିବା ପରେ ମଧ୍ୟ ରାତ୍ରୀରେ ପୁଲିସ ଗାଁକୁ ଘେରି ମମତାକୁ ଗିରଫ କରିଛି। ଏହି ଘଟଣା ଗତ ୧୨ ତାରିଖ ରାତିରେ ଘଟିଥିବା ନକ୍ସଲ କହିଛନ୍ତି। ମମତାଙ୍କୁ ତୁରନ୍ତ କୋର୍ଟରେ ହାଜର କରାଯାଉ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଛି। ପୁଲିସ ଅପରେସନ କଗାର ନାମରେ ଗାଁ ଠାରୁ ଆରମ୍ଭ କରି ସବୁ ସ୍ଥାନରେ କ୍ୟାମ୍ପ ପ୍ରତିଷ୍ଠା କରିବା ସହ ଲୋକଙ୍କୁ ନିର୍ଯାତନା ଦେଉଛି। ମାଓବାଦୀଙ୍କୁ ନିପାତ କରିବା ପାଇଁ ଗାଁ ଗହଳିରେ ପଶି ଲୋକଙ୍କୁ ମିଥ୍ୟା ଏନକାଉଣ୍ଟର କରୁଥିବା କୁହାଯାଇଛି। ଅନ୍ୟାୟ ଭାବେ ଲୋକଙ୍କୁ ମାରିବା, ପିଟିବା ସହ ଜେଲରେ ଭର୍ତ୍ତି କରୁଛି ପୁଲିସ। ମମତା ରୋଗାଗ୍ରସ୍ତ ହୋଇଥିବାରୁ ତାଂକୁ ତୁରନ୍ତ କୋର୍ଟରେ ହାଜର କରାଯାଇ ତାଂକର ଚିକିତ୍ସା କରାଯାଉ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe