ମାମଲାର ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡ଼ି ବନ୍ଧା ହେଲେ

Advertisment
ମାମଲାର ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡ଼ି ବନ୍ଧା ହେଲେ

ଭୁବନେଶ୍ୱର: ଏକ ଅପରାଧିକ ମାମଲାର ରଫାଦଫା କରିବା ୫ ହଜାର ଟଙ୍କା ଲାଞ୍ଚ ନେବା ରାଜଧାନୀ ଭୁବନେଶ୍ୱରରେ ଜଣେ ପୁଲିସ୍‌ ଏଏସ୍‌ଆଇଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗକାରୀଙ୍କ ପକ୍ଷରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ସଂପୃକ୍ତ ଏଏସ୍‌ଇଙ୍କୁ ଭିଜିଲାନ୍ସ ଧରିଛି। ଅଭିଯୁକ୍ତ ପୁଲିସ ଏଏସ୍‌ଆଇ ହେଲେ ରବିନାରାୟଣ ସାହୁ। ସେ ଭୁବନେଶ୍ୱର-କଟକ କମିସନରେଟ ପୁଲିସ ଅଧିନ ମଞ୍ଚେଶ୍ୱର ପୁଲିସ ଥାନାରେ କାର୍ଯ୍ୟରତ ଥିଲେ।

ପୁଲିସ ଏଏସ୍‌ଆଇ ଶ୍ରୀ ସାହୁ ଅଭିଯୋଗକାରୀଙ୍କ ଏକ ମାମଲାରେ ଲାଗୁ ହୋଇଥିବା ଦଫା ହ୍ରାସ କରିବା ପାଇଁ ୫ ହଜାର ଟଙ୍କା ମାଗିଥିଲେ। ଅଭିଯୋଗକାରୀ ଏବାବଦରେ ଭିଜିଲାନ୍ସକୁ କହିବା ପରେ ଚଢ଼ଉ ପାଇଁ ସ୍ୱତନ୍ତ୍ର ଯୋଜନା ହୋଇଥିଲା। ଆଜି ଅଭିଯୋଗକାରୀ ଶ୍ରୀ ସାହୁଙ୍କୁ ଟଙ୍କା ଲାଞ୍ଚ ଦେବା ସମୟରେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଶ୍ରୀ ସାହୁଙ୍କ ପ୍ୟାଣ୍ଟ ପକେଟରୁ ରଙ୍ଗବୋଳା ୫୦୦୦ ଟଙ୍କା ଲାଞ୍ଚ ମିଳିଥିଲା। ଏହି ଟଙ୍କାକୁ ଜବତ କରିବା ସହି ଭିଜିଲାନ୍ସ ବିଭାଗ ଶ୍ରୀ ସାହୁଙ୍କୁ ଗିରଫ କରିଛି। ଏଥି ସହିତ ଶ୍ରୀ ସାହୁଙ୍କ ଆଚାର୍ଯ୍ୟବିହାରସ୍ଥିତ ଆବାସିକ ଘରେ ସର୍ଚ୍ଚ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe