ପୁରୀ : ଟଙ୍କା ମାଗି ସଦର ଥାନାର ଏଏସ୍ଆଇ ନିଲମ୍ବିତ

ପେଟ୍ରୋଲ ପାଇଁ ୫ଶହ ଟଙ୍କା ମାଗିଥିଲେ

ପୁରୀ : ଟଙ୍କା ମାଗି ସଦର ଥାନାର ଏଏସ୍ଆଇ ନିଲମ୍ବିତ

Puri Police

ପୁରୀ : ମାମଲା ତଦନ୍ତ ପାଇଁ ଘଟଣାସ୍ଥଳକୁ ଯିବାକୁ ହେଲେ ଗାଡ଼ିରେ ପେଟ୍ରୋଲ ଭର୍ତ୍ତି କରିବାକୁ ପଡ଼ିବ। ଏଥିପାଇଁ ୫୦୦ ଟଙ୍କା ଲାଞ୍ଚ ନେଇ ଆଜି ଜଣେ ପୁଲିସ୍‌ ଏଏସ୍‌ଆଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଏଏସ୍‌ଆଇ ହେଲେ ସଦର ଥାନାର ପ୍ରହଲ୍ଲାଦ ବରାଳ। ଅଭିଯୋଗ ଅନୁସ‌ାରେ, ସଦର ଥାନା ଇଲାକା‌ରେ ଏକ ଗାଁ’ରେ ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା। ଏ ସମ୍ପର୍କରେ ସଦର ଥାନାରେ ଅଭିଯୋଗ ହେବାରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଭାର ଏଏସ୍ଆଇ ଶ୍ରୀ ବରାଳଙ୍କୁ ଦିଆଯାଇଥିଲା। ଏହି ମାମଲାରେ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅଭିଯୋଗକାରୀ ଅନୁରୋଧ କରିଥିଲେ। ତେବେ ଉକ୍ତ ଗାଁ’କୁ ଗାଡ଼ି ଗଡ଼ିବା ପାଇଁ ଏଏସ୍ଆଇ ଶ୍ରୀ ବରାଳ ଅଭିଯୋଗକାରୀଙ୍କୁ ୫ ଶହ ଟଙ୍କା ମାଗିଥିଲେ। ଅବଶ୍ୟ ଏହି ମାମଲାରେ ଏଏସ୍ଆଇ ବରାଳ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। କିନ୍ତୁ, ଏହି ଲାଞ୍ଚ ମାଗିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe