ପୁଲିସ ଏଏସ୍‌ଆଇ ନିଲମ୍ବିତ, ମଦ ପିଇ ଉତ୍ପାତ କରିବା ମହଙ୍ଗା ପଡ଼ିଲା

‘ଦାଦାବଟିକୁ ନା’ର ପ୍ରଭାବ: ୧୭ ବର୍ଷ ପରେ ଏତଲା ଦେଲେ

Times of India

କେନ୍ଦ୍ରାପଡ଼ା: ଯାଞ୍ଚ ଆଳରେ ମଦ ପିଇ ଉତ୍ପାତ୍‌ କରିବା ମହଙ୍ଗା ପଡ଼ିଲା। ଚାକିରିରୁ ନିଲମ୍ବିତ ହେଲେ ପୁଲିସ ଏଏସ୍‌ଆଇ ପି.କେ. ପଟ୍ଟନାୟକ। ଡ୍ୟୁଟି ବେଳେ ବିଶୃଙ୍ଖଳିତ ଆଚରଣ ପାଇଁ ଏସ୍‌ପି ନୀତିଶେଖର ତାଙ୍କୁ ଗତକାଲି ନିଲମ୍ବିତ କରିଛନ୍ତି।

ସୂଚନାଥାଉ କି, ଏଏସ୍‌ଆଇ ଶ୍ରୀ ପଟ୍ଟନାୟକ ନିଶାସକ୍ତ ଅବସ୍ଥାରେ ଗତ ରବିବାର ସଟଡାଉନ୍‌ର ସୁଯୋଗ ନେଇ ମୀରପାଟଣା-କାକଟ ଲକ୍‌ ରାସ୍ତାରେ ଯାଞ୍ଚ ଆଳରେ ସାଧାରଣ ଲୋକଙ୍କୁ ପିଟିଥିଲେ। ଅନେକଙ୍କୁ ଆଣ୍ଠେଇ ଦେଇଥିବା ବି ଅଭିଯୋଗ ହୋଇଥିଲା। ଦୀର୍ଘସମୟ ଧରି ଶ୍ରୀ ପଟ୍ଟନାୟକଙ୍କ ଏପ୍ରକାର ଉତ୍ପାତ‌ରେ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଥିଲେ। କିନ୍ତୁ ନିଶାରେ ଚୁର‌୍‌ ଏଏସ୍‌ଆଇ ଶ୍ରୀ ପଟ୍ଟନାୟକଙ୍କୁ ଲୋକମାନେ ଯେତେ ଅନୁରୋଧ କଲେ ବି ସେ କାହା କଥା ଶୁଣିନଥିଲେ। ବର˚ ଗୋଡ଼ାଇଗୋଡ଼ାଇ ପିଟିଥିଲେ। କିଛି ସମୟ ଏଭଳି ଉନ୍ମତ୍ତକାଣ୍ତ ଭିଆଇବା ପରେ ନିଜେ ନିଶାରେ ତଳେ ପଡ଼ି ଯାଇଥିଲେ। ଚେଷ୍ଟା କଲେ ବି ଆଉ ଉଠିପାରି ନଥିଲେ। ଅନ୍ୟ ପିସିଆର‌୍‌ କର୍ମଚାରୀ ତାଙ୍କୁ ଉଠାଇ ମେଡିକାଲ୍‌ ନେଇଥିଲେ। ଅନ୍ୟପକ୍ଷରେ ଏ ଖବର ପାଇବା ପରେ ଏସ୍‌ପି ଭୀଷଣ ବିରକ୍ତି ପ୍ରକାଶ କରିବା ସହ ଶ୍ରୀ ପଟ୍ଟନାୟକଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe