ସ୍କୁଲ ଶିକ୍ଷୟିତ୍ରୀ ମମତା ହତ୍ୟାକାଣ୍ଡ: ୨ ଅଟକଙ୍କୁ ଛାଡ଼ିଲା ପୁଲିସ

Advertisment
ସ୍କୁଲ ଶିକ୍ଷୟିତ୍ରୀ ମମତା ହତ୍ୟାକାଣ୍ଡ: ୨ ଅଟକଙ୍କୁ ଛାଡ଼ିଲା ପୁଲିସ

ଭୁବନେଶ୍ୱର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲାରେ ଅଟକ ଥିବା ଦୁଇ ଜଣଙ୍କୁ ପୁଲିସ ଛାଡ଼ି ଦେଇଛି। ଗାଡ଼ି ଚାଳକ ପୁଷ୍କର ଭୋଇ ଓ ଗୁପ୍ତେଶ୍ୱର ତାଣ୍ଡିଙ୍କୁ ପଚରାଉଚରା କରିବା ପୁଲିସ ଛାଡିଦେଇଥିବା ସୂଚନା ମିଳିଛି। ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଅନ୍ୟ ଜଣଙ୍କୁ ଗିରଫ କରିଛି ପୁଲିସ ।

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜର ୧୦ ଦିନ ପରେ ଷ୍ଟାଡିୟମ୍‌ରୁ ପୁଲିସ ମୃତଦେହ ଉଦ୍ଧାର କରିଥିଲା। ଆଉ ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ଓ ଜଣେ ଗାଡ଼ି ଚାଳକ ରାଧେଶ୍ୟାମ ଚଣ୍ଡିଙ୍କୁ ପୁଲିସ ଗିରଫ କରିଛି। ତେବେ ଅଭିଯୁକ୍ତ ପୁଲିସ ଆଗରେ ସତ ମାନିଥିବା ନେଇ ପୁଲିସ ସୂଚନା ଦେଇଛି। ଏହାସହ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe