ଠିକ୍‌ ସମୟରେ ଦାବି ପୂରଣ ନ ହେଲେ ୧୦ରୁ ସମୂହ ଛୁଟିରେ ଯିବେ ପୁଲିସ କର୍ମଚାରୀ

Advertisment
ଠିକ୍‌ ସମୟରେ ଦାବି ପୂରଣ ନ ହେଲେ ୧୦ରୁ ସମୂହ ଛୁଟିରେ ଯିବେ ପୁଲିସ କର୍ମଚାରୀ

ଭୁବନେଶ୍ୱର: ଚାରି ଦଫା ଦାବି ନେଇ ଆଲୋଚନା ବିଫଳ ହେବା ପରେ ଓଡ଼ିଶା ପୁଲିସ ସଂଘ ରାଜ୍ୟ ସରକାରଙ୍କୁ ଗୁରୁବାର ଡେଡଲାଇନ୍‌ ଦେଇଛି। ପୁଲିସ, ହାବିଲଦାର, କନଷ୍ଟେବଲ ଓ ସିପାହୀ ମହାସଂଘ ଫେବ୍ରୁଆରି ୫ ତାରିଖରେ ଦାବି ପୂରଣ ନହେଲେ ୧୦ରୁ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଛି। ଆନ୍ଦୋଳନ ସଂପର୍କରେ ପୁଲିସ ସଂଘର ସଭାପତି ସତ୍ୟଜିତ ମିଶ୍ର ସୂଚନା ଦେଇଛନ୍ତି।

ସଂଘ ସଭାପତି ସତ୍ୟଜିତ ମିଶ୍ର କହିଛନ୍ତି, ଫେବ୍ରୁଆରି ୫ରେ ୬ ଦଫା ନେଇ ରାଜ୍ୟ ସରକାରଙ୍କ ସହିତ ସଂଘର ଆଲୋଚନା ହେବ। ଆଲୋଚନା ବିଫଳ ହେଲେ ପୁଲିସ କର୍ମଚାରୀମାନେ କଳାବ୍ୟାଜ୍‌ ପିନ୍ଧିବେ। ଏହା ପରେ ଫେବ୍ରୁଆରିରେ ପୁଲିସ କର୍ମଚାରୀମାନେ ସମୂହ ଛୁଟିରେ ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe