ଛାତ ଉପରେ ଚଢ଼ି ପୁଲିସ ପିଟିଲା; ୫ ଆହତ, ଛାତରୁ ଖସି ଗୁରୁତର ଯୁବକ କଟକ ସ୍ଥାନାନ୍ତର

Advertisment
ଫାଣ୍ଡିକୁ ଡ୍ୟୁଟି ନ ଆସିବା ନେଇ ବିଲ ତିଆରି ବେଳେ ଆବସେଣ୍ଟ ପକାଇବାରୁ ଗୁଣପୁର ଫାଣ୍ଡି ଅଧିକାରୀଙ୍କୁ ନିର୍ଧୁମ ପିଟିଲେ ହୋମଗାର୍ଡ

Clipart Library

ଆଳି: ଛାତ ଉପରେ ବସିଥିବା ଯୁବକଙ୍କୁ ପୁଲିସ ଆଖିବୁଜା ପିଟିଛି। ପୁଲିସ ଭୟରେ ଜଣେ ଯୁବକ ଛାତରୁ ତଳକୁ ଡେଇଁ ପଡିଥିବାବେଳେ ଅନ୍ୟ ଜଣେ ଯୁବକଙ୍କ ଗୋଡ଼ରେ ପୁଲିସ ଗାଡ଼ି ଚଢି ଯାଇଛି। ପୁଲିସ ମାଡରେ ୫ ଜଣ ଆହତ ହୋଇଥିବାବେଳେ ଗୁରୁତର ଆହତଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ବିଳମ୍ବିତ ରାତିରେ ଆଳି ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ସୂଚନା ଅନୁଯାୟୀ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଟୁଙ୍ଗା ଗ୍ରାମର ଏକ ଛାତ ଉପରେ କେତେକ ଯୁବକ ବସିଥିବା ଦେଖିଥିଲା। ପୁଲିସ ଛାତ ଉପରକୁ ଚଢି ସେମାନଙ୍କୁ ପିଟିବା ଆରମ୍ଭ କରିଥିଲା। ପୁଲିସ ଭୟରେ ଯୁବକମାନେ ଛାତ ଉପରୁ ତଳକୁ ଡେଇଁ ପଡ଼ି ଖସି ଯିବାକୁ ଉଦ୍ୟମ କଲା ବେଳେ ଆହତ ହୋଇଛନ୍ତି।

ପୁଲିସର ଲାଠି ମାଡ଼ରେ ବିଶ୍ବଜିତ ବେହେରା, ଦିଲ୍ଲୀପ ବାରିକ, ଆଶୁତୋଷ ସେନାପତି, ପ୍ରୀତିରଞ୍ଜନ ନାୟକ ପ୍ରମୁଖ ୫ ଜଣ ଆହତ ହୋଇଥିବା ସଂପୃକ୍ତ ଯୁବକମାନେ ଅଭିଯୋଗ କରିଛନ୍ତି। ଛାତରୁ ତଳେ ପଡ଼ିଯାଇଥିବା ଆଶୁତୋଷ ସେନାପତିଙ୍କ ଗୋଡ ଉପରେ ପୁଲିସ ଗାଡ଼ି ଚଢି ଯାଇଥିଲା। ଅପରପକ୍ଷରେ ପୁଲିସ ଆକ୍ରମଣରେ ଆହତ ଦିଲ୍ଲୀପ ବାରିକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତେବେ, ପୁଲିସ୍‌ ପକ୍ଷରୁ ଘଟଣାକୁ ଅସ୍ବୀକାର କରାଯାଇଛି। ଏ ସମ୍ପର୍କରେ ପୁଲିସ୍‌ ଏସ୍‌ଆଇ ସୌମ୍ୟରଂଜନ ପାଣିଗ୍ରାହୀ କହିଛନ୍ତି ଯେ, ‘ଚୋରା ମଦ କାରବାର ସମ୍ପର୍କରେ ଖବର ପାଇ ଗାଁରେ ଚଢ଼ାଉ କରାଯାଇଥିଲା। ଏହ ସମୟରେ ପୁଲିସ୍‌କୁ ଦେଖି ଛାତ ଉପରେ ଥିବା ଯୁବକ ତଳକୁ ଡେଇଁପଡ଼ିଥିଲେ।’ ‘ପୁଲିସ୍‌ ପିଟିବାରୁ ଛାତ ଉପରୁ କେହି ଡେଇଁ ନାହାନ୍ତି,’ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe