ଶାଶୂ-ବୋହୂଙ୍କୁ ପିଟିବା ଘଟଣା : ହଟିଲେ ନିମାପଡ଼ା ଥାନା ଆଇଆଇସି

ଶାଶୂ-ବୋହୂଙ୍କୁ ପିଟିବା ଘଟଣା : ହଟିଲେ ନିମାପଡ଼ା ଥାନା ଆଇଆଇସି

ନିମାପଡ଼ା : ଥାନା ଭିତରେ ଜଣେ ବିଧବା ବୃଦ୍ଧା ଓ ତାଙ୍କ ବୋହୂଙ୍କୁ ରାତି ଅଧରେ ରୁଲ ବାଡ଼ିରେ ପିଟିବା ଘଟଣା ଭାରି ପଡିଛି ପୁରୀ ଜିଲ୍ଲା ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ। ଏ ନେଇ ‘ସମ୍ବାଦ’ରେ ବିସ୍ତତ ରିପୋର୍ଟ ପ୍ରକାଶ ପାଇବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ ଷଡ଼ଙ୍ଗୀ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଏବଂ ରାତି ଅଧରେ ଦୁଇ ଜଣ ମହିଳାଙ୍କୁ ନିର୍ମମ ଭାବେ ପିଟିବା ଘଟଣାକୁ ଗୁରୁତର ଭାବେ ନେଇ ଏସ୍‌ପି ଡାକ୍ତର ଶ୍ରୀ ଷଡ଼ଙ୍ଗୀ ନିମାପଡ଼ା ଥାନା ଆଇଆଇସିଙ୍କୁ ଦାୟିତ୍ୱରୁ ହଟାଇ ନେବା ସହ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରିଥିବା ଖବର ମିଳିଛି। ଅତିରିକ୍ତ ଏସ୍‌ପି ଧୀରେନ୍‌ କୁମାର ନନ୍ଦ ଏବଂ ନିମାପଡ଼ା ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଦ୍ୱାରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସେମାନଙ୍କ ରିପୋର୍ଟ ଆଧାରକୁ ଭିତ୍ତି କରି ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଏସ୍‌ପିଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି ପୁଲିସ ନିର୍ଯାତନାର ଶିକାର ହୋଇଥିବା ୭୫ ବର୍ଷର ବିଧବା ବୃଦ୍ଧା ବାସନ୍ତୀ ପଳତା ଓ ତାଙ୍କ ବୋହୂ ରୀତା ପଳତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe