ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ!

Advertisment
ଥାନାରେ ମଦ୍ୟପ ମହିଳାଙ୍କ ଉନ୍ମତ୍ତ କାଣ୍ଡ

kisspng.com

କଣିହାଁ/ଅନୁଗୁଳ : କଣିହାଁ ଥାନା ବଡ଼ ଗୁଣ୍ଡୁରି ଗାଁର ଜଣେ ଯୁବକଙ୍କର ପୁଲିସ ମାଡ଼ରେ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ବଡ଼ଗୁଣ୍ଡୁରି ଗାଁର ନୟନୀ ବ‌ାରିକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ଦୀପକ ବାରିକ (୨୫) ଓ ବୋହୂ ଡଲି ବାରିକ ମଧ୍ୟରେ ବିଭିନ୍ନ ସମୟରେ ପାରିବାରିକ ଝଗଡ଼ା ଲାଗୁଥିଲା। ଏପରିକି ଦୀପକ ବୋହୂ ଡଲିିକୁ ମାରଧର କରୁଥିଲେ। ଗତ ମଙ୍ଗଳବାର ଦିନ ସେ ମାଡ଼ପିଟ କରିବାରୁ ବୋହୂ ଡଲି କଣିହା ଥାନାରେ ଏଥିନେଇ ଏତଲା ଦେଇଥିଲେ। ଏହାର ସମାଧାନ ଲାଗି ପୁଲିସ ଡାକରାକ୍ରମେ ବୁଧବାର ପୂର୍ବାହ୍ଣରେ ସେମାନେ ସମସ୍ତେ ଥାନାକୁ ଯାଇଥିଲେ। ସେଠାରେ ଥାନାର ଜଣେ କର୍ମଚାରୀ ତାଙ୍କ ପୁଅ ଦୀପକକୁ ମାଡ଼ ମାରିବାରୁ ସେ ତଳେ ପଡ଼ି ଯାଇଥିଲେ। ଏଥିରେ ତାଙ୍କ ନାକ ଓ ପାଟିରୁ ରକ୍ତ ବାହାରିଥିଲା। ତାଙ୍କୁ ପୁଲିସ ତୁରନ୍ତ କଣିହାଁ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲା। ତେବେ ଅବସ୍ଥା ଗୁୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଦୀପକଙ୍କୁ ସେଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଥିଲା ବେଳେ ରାତି ୮ଟା ୪୫ ମିନିଟ୍‌ରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ପୁଲିସ ମାଡ଼ରେ ହିଁ ଦୀପକଙ୍କର ମୃତ୍ୟୁ ଘଟିଥିବା ମା’ ନୟନୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe